ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ଅଧାରୁ ଅଧିକାଂଶ ଅଂଚଳରେ ମାରାତ୍ମକ ନିଶା ବ୍ରାଉନସୁଗାର ନିଜର କାୟା ବିସ୍ତାର କଲାଣି । ମାଫିଆମାନେ ଛୋଟଛୋଟ ଏଜେଣ୍ଟଙ୍କ ଜରିଆରେ ଯୁବପିଢ଼ିଙ୍କୁ ଏହି ନିଶା କବଳରେ ଅଭ୍ୟସ୍ତ କରି ସାରିଲେଣି । ନୟାଗଡ଼ ଜିଲ୍ଲାର ନୟାଗଡ଼ ଟାଉନଥାନା, ସଦରଥାନା, ରଣପୁର, ଶରଣକୂଳ ଏବଂ ଫତେଗଡ଼ ଥାନା ଅଂଚଳରେ ଏହି ବେପାର ବ୍ୟାପକ ପରିମାଣରେ ଚାଲିଥିବା ବେଳେ ପୁଲିସ ନୀରବ ଦ୍ରଷ୍ଟା ସାଜୁଛି । ଲୋକ ଦେଖାଣିଆ ଭାବେ କାଁ ଭାଁ ଧରପଗଡ଼ ହେଉଥିବା ବେଳେ ନିଶା ଅନେକ ପରିବାରକୁ ନଷ୍ଟ କରି ଦେବାକୁ ବସିଛି ।






