ମୁମ୍ବାଇ, (ବାଘୁଆବାର୍ତ୍ତା): ବଲିଉଡର କ୍ୟାଟ୍ରିନା କୈଫ୍ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ବେଶ ଜଣାଶୁଣା । କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ ମସିହାରେ ହଙ୍ଗକଙ୍ଗରେ ଜନ୍ମ ହୋଇଥିଲେ । ସେ ବ୍ରିଟିଶ ମଡେଲ ଆଜି ସେ ୩୮ ବର୍ଷର ଜନ୍ମ ଦିନ ପାଳୁଛନ୍ତି । ୨୦୦୩ ମସିହାରେ ଫିଲ୍ମ ବୁମ ଜରିଆରେ ଡେବ୍ୟୁ କରିଥିଲେ କ୍ୟାଟରିନା । ଏହି ଚଳଚ୍ଚିତ୍ରଟି ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ବଡ ପରଦାରେ ଖରାପ ଫ୍ଲପ୍ ହୋଇଥିଲା । ୧୮ ବର୍ଷର କ୍ୟାରିଅରରେ ଅନେକ ସୁପରହିଟ ଫିଲ୍ମ କରି ବେଶ ସଫଳତା ପାଇଛନ୍ତି । ସେ ଏମିତି ଜଣେ ଅଭିନେତ୍ରୀ ଯିଏକି ଫିଲ୍ମ ପାଇଁ ସର୍ବାଧିକ ଫି ଆଦାୟ କରନ୍ତି । ସୋସିଆଲ ମିଡିଆରୁ ଆରମ୍ଭ କରି ସବୁ ଆଡେ ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଅଧିକ ରହିଛନ୍ତି । ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଥିବା କ୍ୟାଟ୍ରିନା କୈଫ ନାଁ ରହିଛି । କ୍ୟାଟ୍ରିନା ବହୁତ କମ ବୟସରୁ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ସେ ହୱାଇରେ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଜିତିଥିଲେ । ବଲିଉଡରେ କ୍ୟାଟ୍ରିନାଙ୍କ ଯାତ୍ରା ସହଜ ନଥିଲା । ଅଭିନେତା ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ସହ କ୍ୟାଟଙ୍କ ଅଧିକାଂଶ ଫିଲ୍ମ ହିଟ୍ ରହିଛି । ବଲିଉଡରେ ଦବଙ୍ଗ ଖାନ ସଲମାନଙ୍କ ନଜର ଯେତେବେଳେ କ୍ୟାଟ୍ରିନାଙ୍କ ଉପରେ ପଡିଥିଲା ତାଙ୍କ ସୁନ୍ଦରତା ଉପରେ ଫିଦା ହୋଇଯାଇଥିଲେ । ସଲମାନ କ୍ୟାଟ୍ରିନାଙ୍କ ମେନେ ପ୍ୟାର କ୍ୟୁଁ କିୟାରେ କାଷ୍ଟ କରିଥିଲେ । ଏହି ଫିଲ୍ମ ସହ ଦୁହିଁଙ୍କ ଯୋଡିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ ହିଟ ହୋଇଥିଲା । ଏହା ପର ଠାରୁ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା । ଦୁହିଁଙ୍କୁ ଫିଲ୍ମ ପାର୍ଟିରେ ହେଉ କିମ୍ବା ଆୱାର୍ଡ ସୋରେ ଦେଖିବାକୁ ମିଳୁଥିଲା । କ୍ୟାଟ୍ରିନା ଯେତେବେଳେ ୨୦୦୯ରେ ଅଜବ ପ୍ରେମ କି ଗଜବ କାହାଣୀ ଫିଲ୍ମରେ ରଣବୀରଙ୍କ ସହ କାମ କଲେ ଦୁହିଁଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥିଲା । ଏତିକି ନୁହେଁ ତାଙ୍କ ଆଫେୟାର୍ସକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା କି ଦୁହେଁ ଦୁହିଁଙ୍କୁ ବିବାହ କରିବେ । ବର୍ତ୍ତମାନ ବି-ଟାଉନରେ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ସହ ଯୋଡା ଯାଉଛି । ଖବରରୁ ଜଣାପଡିଛି କି ସେ ଗତ ୨ବର୍ଷ ହେବ ଡେଟ କରୁଛନ୍ତି । ଏନେଇ ଦୁହିଁଙ୍କ ପକ୍ଷରୁ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ପ୍ରକାରର ଅଫିସିଆଲ ଘୋଷଣା କରିନାହାନ୍ତି । କିନ୍ତୁ ଏକ ଆୱାର୍ଡ ସୋରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ଯେଉଁଥିରେ ଭିକି କ୍ୟାଟ୍ରିନାଙ୍କୁ ପଚାରିଥିଲେ ତୁମେ ମୋତେ ବିବାହ କରିବ ।