Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଠଯୋଡ଼ି, କୁଆଖାଇରେ ନିର୍ମାଣ ହେବ ଜଳ ସଂରକ୍ଷଣ ବ୍ୟବସ୍ଥା

by ସଞ୍ଜୟ ସ୍ୱାଇଁ
March 30, 2021
in Feature News
କାଠଯୋଡ଼ି, କୁଆଖାଇରେ ନିର୍ମାଣ ହେବ ଜଳ ସଂରକ୍ଷଣ ବ୍ୟବସ୍ଥା
141
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା):  କାଠଯୋଡ଼ି ଓ କୁଆଖାଇ ନଦୀରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଜଳ ସଂରକ୍ଷଣ ବ୍ୟବସ୍ଥା। ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ବେଳେ ଏ ଦିଗରେ ଏବେ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। କାଠଯୋଡ଼ିରେ ପୁରୀଘାଟରୁ ରେଳ ପୋଲ୍ ମଧ୍ୟରେ ଏକ ସ୍ଥାନରେ ଏବଂ କୁଆଖାଇରେ ତ୍ରିଶୂଳିଆ ପୋଲରୁ ନଈ ଭିତର ଏକ ସ୍ଥାନରେ ଏଥିପାଇଁ ଅଳ୍ପ ଉଚ୍ଚ ଜଳ ସଂରକ୍ଷଣ ବ୍ୟବସ୍ଥା (ଲୋ ହାଇଟ୍ ଷ୍ଟୋରେଜ୍ ଷ୍ଟ୍ରକଚର୍) ନିର୍ମାଣ ହେବ। ଜଳ ସଂପଦ ବିଭାଗ ଏହାର ସର୍ଭେ କରି ଦୁଇଟି ନଈରେ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରି କାର୍ଯ୍ୟ ଆରମ୍ଭ କରିବ। ପ୍ରକଳ୍ପର ରୂପରେଖକୁ ନେଇ ଶ୍ରୀ ସାମନ୍ତରାୟ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଛନ୍ତି।  ଏହି ସମୟରେ ରଂଜନ ବିଶ୍ବାଳ ଓ ପ୍ରଶାସନର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ନରାଜ ବ୍ୟାରେଜ୍ ନିର୍ମାଣ ପରେ କୁଆଖାଇ ଓ କାଠଯୋଡି ଅଧିକାଂଶ ସମୟ ଶୁଷ୍କ ରହୁଛି। ଏହାଦ୍ବାରା କଟକର ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ହଜାର ବର୍ଷର ପୁରୁଣା ଐତିହାସିକ କଟକ ସହରର ବିଭିନ୍ନ ଧାର୍ମିକ ପରଂପରା କାର୍ଯ୍ୟ ମଧ୍ୟ ଏହାଦ୍ବାରା ବାଧାପ୍ରାପ୍ତ ହେଉଛି। ଏସବୁ ସମସ୍ୟା ସମାଧାନ ପାଇଁ ଦୁଇଟି ନଈରେ ଲୋ ହାଇଟ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କରିବାକୁ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କାଠଯୋଡି ଓ କୁଆଖାଇରେ ଜଳ ଧାରଣ କ୍ଷମତା ବୃଦ୍ଧି ପାଇବାର ଆଶା କରାଯାଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!