ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ନୟାଗଡ଼ ବନାଂଚଳରେ ବ୍ୟାପକ କାଠ ଲୁଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଗତକାଲି ରାତିରେ ନୂଆଗାଁ ବ୍ଲକ ମାଳିସାହି ପଂଚାୟତ ଗୋଚ୍ଛାବାରୀ ନିକଟରେ ଏକ ଟ୍ରାକ୍ଟର ବୋଝେଇ କାଠ ଯାଉଥିବା ନେଇ ଖବରପାଇ ବନକର୍ମଚାରୀମାନେ ଚଢ଼ାଉ କରିଥିଲେ । ବନକର୍ମଚାରୀଙ୍କୁ ଦେଖି ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ବେଳେ ବନକର୍ମଚାରୀମାନେ ଏହି ଟ୍ରାକ୍ଟର ଓଡି୨୫ ୧୮୮୮କୁ ଜବତ କରି ନୟାଗଡ଼ ବନାଂଚଳ କାର୍ଯ୍ୟାଳୟରେ ରଖା ଯାଇଥିବା ବନାଂଚଳ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।






