ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ପୁନଶ୍ଚ ପ୍ରତ୍ୟାଵର୍ତନର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ଅପରାହ୍ନରେ ଗୁଗୁଲ ମିଟ୍ ମାଧ୍ୟମରେ ଏକ ବୈଠକ କରି କଟକଣା କଡ଼ାକଡ଼ି କରିବାକୁ କହିଛନ୍ତି । ଏସପି ସିଦ୍ଧାର୍ଥ କାଟରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାର, ଵିଡିଓ ଓ ତହସିଲଦାର ମାନେ ଯୋଗ ଦେଇଥିଲେ । । ଉକ୍ତ ବୈଠକରେ ଦେଶର ବିଭିନ୍ନ ରାଜ୍ୟରେ କରୋନାର ପ୍ରଭାବ ପୁଣି ଦେଖାଦେଇଥିବା ନେଇ ଆଲୋଚନା କରାଯାଇଛି । ଏହାକୁ ଦ୍ରୁଷ୍ଟିରେ ରଖି ପୂର୍ବପରୀ ସମସ୍ତେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା, ଵହୁଲୋକ ଏକତ୍ରିତ ନ ହେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଡ. ଟୁଡୁ । ଏହାକୁ ଯେପରି ସମସ୍ତେ ପାଳନ କରିଵେ ସେଥିପ୍ରତି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଡା. ଟୁଡୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସଚେତନତା ପାଇଁ ପୂର୍ବଭଳି ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ପାଇଁ ମଧ୍ୟ କହିଥିଲେ । ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ମାନଙ୍କରେ ପୂର୍ବ ପରି କୋଭିଡ୍ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।





