ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଘରର ପଛ ପାଖେ ପଡି ରହିଛି କଟା ପାପୁଲି । କାହାର ଏ କଟା ପାପୁଲି । ତାକୁ ନେଇ ଚାଲିଛି ତନାଘନା । ଏଭଳି ଘଟଣା ଦେଖାଦେଇଛି, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅ ଳରେ । ମିଳିଥିବା ସୂଚନାନୁସାରେ, ଆଜି ସକାଳୁ କୁଆଖିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବାଡ଼ ଗ୍ରାମର ଦେବାଶିଷ ବେହେରାଙ୍କ ଘରର ପଛପାଖ ବାରିପଟୁ ଏକ କଟା ପାପୁଲି ପଡିଥିବା ଦେଖିବାକୁ ପାଇଥିଲେ ପରିବାର ବର୍ଗ । ତେବେ ଏହି କଟା ପାପୁଲି କାହାର ଜାଣିବା ପାଇଁ ଗାଁର ଲୋକ ଶ୍ରୀ ବେହେରାଙ୍କ ବାରିପଟେ ରୁଣ୍ଢ ହୋଇଥିବା ବେଳେ କଟା ପାପୁଲି ଟି ପୁରୁଷ ହାତର ପାପୁଲି ବୋଲି ଅନୁମାନ କରାଯାଇଛି । ତେବେ ଏହି ଘଟଣାଟି ଚହଳ ପଡ଼ିବା ପରେ କୁଆଖିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ପଡିଥିବା କଟା ପାପୁଲିକୁ ଜବତ କରି ପ୍ରାଥମିକ ତଦନ୍ତରେ ତନାଘନା କରିଥିବା ଜଣାପଡିଛି ।





