ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ମହାମାରୀ କରୋନା ଶଂକ୍ରମଣକୁ ଦୃଷ୍ଟିରେ ରାଜ୍ୟ ସରକାର ଅନଃରାଜ୍ୟ ବସ୍ ସେବା ଠପ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଠାରୁ ଅନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଏଣିକି ଅଟୋ ରିକ୍ସାରେ ୨ଜଣ ଯାତ୍ରୀ ଯାତ୍ରା କରିବାର ନିର୍ଦ୍ଦେଶ ହୋଇଛି । ସେହିଭଳି ସିନେମା ହଲରେ ୫୦ପ୍ରତିଶତ ଦର୍ଶକ ଓ ଯାତ୍ରା ପାଇଁ ୨ହଜାର ପରିବର୍ତ୍ତେ ୧ହଜାର ଦର୍ଶକ କୋଭିଡ୍-୧୯ କଟକଣା ମାନି ଯାତ୍ରା ଦେଖି ପାରିବେ ବୋଲି କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ତତସହିତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ ଏବଂ ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।





