Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ଫେଷ୍ଟିଭାଲ ପାଳିତ

by ସଞ୍ଜୟ ସ୍ୱାଇଁ
June 2, 2025
in State
କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ଫେଷ୍ଟିଭାଲ ପାଳିତ
16
VIEWS
Share on FacebookShare on Twitter

“ସାଧାରଣ ଲୋକେ ସଚେତନ ରହିଲେ କର୍କଟ ରୋଗର ନିରାକରଣ ସମ୍ଭବ”

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗ।କୋମଳ ମତି ଶିଶୁ ଠାରୁ ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି। ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା।ଆଜି ଜାତୀୟ ନ୍ୟାସନାଲ କ୍ୟାନସର ସର୍ଭାଇଭର ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖ କର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ। ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରେକ୍ଷାଳୟ ଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବ୍ରହ୍ମପୁର ସ୍ଥିତ ସାମାଜିକ ଅନୁଷ୍ଠାନ ଆଇ ଏସ ଆର ଡି ମିଳିତ ସହଯୋଗରେ ଆୟୋଜିତ ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯିବା ସହ କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ କରିଛନ୍ତି।ପ୍ରଥମେ ସମସ୍ତ ଅତିଥି ଓ କର୍କଟ ଯୋଦ୍ଧାମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୁପେ ବିଶାଖପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ରେଡିଆସନ୍ ଅଙ୍କୋଲୋଜି ମୁଖ୍ୟ ଡ. କାହୁଁ ଚରଣ ପାତ୍ର ଯୋଗ ଦେଇଥିବାବେକେ ଅନ୍ୟତମ ଅତିଥି ରୂପେ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଚେଷ୍ଟ ଓ ଟିବିର ଏସୋସିଆଟ ପ୍ରଫେସର ଡାକ୍ତର ପ୍ରିୟଙ୍କା ଦାସ,ଆମ୍ବପୁଆସ୍ଥିତ ଚିରାଗ ଗ୍ଲୋବାଲ ସ୍କୁଲର ଚେୟାରମେନ ଈଂ ଜିତେନ୍ଦ୍ର କୁମାର ପଣ୍ଡା ଓ ଆଇ ଏସ ଆର ଡି ନିର୍ଦ୍ଦେଶକ ସୁଧୀର ସାବତ ଯୋଗଦେଇ କର୍କଟ ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ।

କର୍କଟ ରୋଗରେ ପୀଡିତ ରୋଗୀ କେବେ ବି ଭୟଭୀତ ନ ହେବାପାଇଁ ପରାମର୍ଶ ଦେଉଥିଲେ ମୁଖ୍ୟ ଅତିଥି ଡାକ୍ତର ପାତ୍ର। କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତି ଥିବା ଯୋଦ୍ଧା ପୀଡିତ ମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ। କ୍ୟାନସର ରୋଗୀ ମାନେ ଅନ୍ୟ ରୋଗୀମାନଙ୍କ ପ୍ରେରଣା ହୁଅନ୍ତୁ ବୋଲି କହିଛନ୍ତି ମୁଖ କର୍କଟ ରୋଗୀ ଡଃ ଦାଶ। ଏହି ପରିପେକ୍ଷିରେ ବ୍ରହ୍ମପୁର ସମର ଫେଷ୍ଟିଭାଲ ନାମରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ୩୦୦ ଜଣ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

 

କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ “ଯୁଗେ ଯୁଗେ ଜଗନ୍ନାଥ” ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନକୁ ମୋହିତ କରି ପାରିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ,ଚର୍ଚ୍ଚିକା ଦାଶ, ସିଗ୍ନାଧା ମହାରଣା,ଅନିଲ କୁମାର ସେଠୀ,ପରମାନନ୍ଦ ପଣ୍ଡା, ଧନଞ୍ଜୟ ପାଣିଗ୍ରାହୀ,ମାନସ ରଥ, ଅରୁଣ ପଟ୍ଟନାୟକ, ଲିଙ୍ଗରାଜ ପଟ୍ଟନାୟକ,ଚିନ୍ନୟାନନ୍ଦ ଦାଶ, ସୁଭ୍ରାଂଶି ମହାରଣା ସହ ଆଇ ଏସ ଆର ଡି ର ମହେଶ୍ଵତା ପାଢୀ, ପ୍ରଭାତ କୁମାର ପାଢୀ, ଗୋପାଲ କୃଷ୍ଣ ଦଳବେହେରା, ଐଶ୍ୱର୍ଯ୍ୟା ସାବତ, ସୟନି ମଲ୍ଲିକ, ବଳରାମ ମଲ୍ଲିକ ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଦେଇଥିଲେ।

 

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!