ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ପୈାର ପାଳିକା ପକ୍ଷରୁ ଆଜି ହିତାଧିକାରୀଙ୍କୁ ଆବାସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟଦେଶ ବଣ୍ଟନ କରିଛନ୍ତି । ପୈାର ପାଳିକାର ୭୪ ଜଣ ଭୂମୀ ଅଧିକାର ପ୍ରମାଣ ପତ୍ର ପାଇଥିବା ହିତାଧିକାରୀଙ୍କ ସମେତ ମୋଟ ୧୬୧ ଜଣଙ୍କୁ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ପୈାର କର୍ମଚାରୀ ଲକ୍ଷ୍ମୀଧର ମହାପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । ପୈାର କର୍ମଚାରୀ ଗଜେନ୍ଦ୍ର ମହାରଣା ଏବଂ ରଞ୍ଜନ ମହାପାତ୍ର ଉତ୍ତମ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।





