Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲିଉଡରେ ୩୦ ବର୍ଷ ପୂରଣ କଲେ କରିସ୍ମା କପୁର

by ସଞ୍ଜୟ ସ୍ୱାଇଁ
July 3, 2021
in Lifestyle, NATIONAL NEWS
ବଲିଉଡରେ ୩୦ ବର୍ଷ ପୂରଣ କଲେ କରିସ୍ମା କପୁର
107
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ୯୦ ଦଶକର ଜଣାଶୁଣା ହିଟ୍ ଅଭିନେତ୍ରୀ କରିସ୍ମା କପୁର । କରିସ୍ମା କପୁର ତାଙ୍କ ଜମାନାରେ ଅନେକ ହିଟ୍ ଫିଲ୍ମ କରିଛନ୍ତି । ଏହା ମଧ୍ୟରେ ଅନେକ ଫିଲ୍ମ ହିଟ୍ ହେବା ସହ ସେହି ସିନେମାର ଗୀତ ଗୁଡିକ ମଧ୍ୟ ଏବେ ଯାଏଁ ଲୋକପ୍ରିୟ ହୋଇ ରହିଛି । କରିସ୍ମାଙ୍କ ଫ୍ୟାନ୍ସମାନେ ତାଙ୍କ ଗୀତରେ ଡ୍ୟାନ୍ସକରି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିନ୍ତି । କପୁର ଖାନଦାନର ପ୍ରଥମ ଝିଅ ଭାବେ ଅଭିନୟକୁ ଆସିଥିବା କରିସ୍ମା କପୁର ବଲିଉଡରେ ୩୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସମାନଙ୍କ ସହ ୩୦ ବର୍ଷର ପୁରୁଣା ଭିଡିଓ ସବୁ ସେୟାର କରିଛନ୍ତି । ଏହି ଫ୍ଲାସବ୍ୟାକ୍ ବେଶ ପପୁଲାର ରହିଛି । ତେବେ କରିସ୍ମା ଇନଷ୍ଟାଗ୍ରାମରେ ସେୟାର କରିଥିବା ଅନେକ ଗୀତର ରିମିକ୍ସ ରହିଛି । ଭିଡିଓରେ ୯୦ ଦଶକରୁ ୨୦୦୦ ମସିହା ପର୍ୟ୍ୟନ୍ତ କରିସ୍କା ଅଭିନୀତ ସିନେମାର ଗୀତ ରହିଛି । ସେଥିରେ ହିଟ୍ ସିନେମା କୁଲି ନମ୍ବର -୧, ଦୁଲହନ ହମ ଲେ ଜାୟେଙ୍ଗେ , ଜୁଡୱା, ହମ ସାଥ ସାଥ ହେଁ, ରାଜା ବାବୁ, ଅନ୍ଦାଜ୍ ଅପନା ଅପନା, ହିରୋ ନମ୍ବର ୱାନ, ରାଜା ହିନ୍ଦୁସ୍ତାନୀ ପରି ଏହି ସୁପର ହିଟ୍ ଫିଲ୍ମର ହିଟ ଗୀତ ଗୁଡିକ ଯୋଡା ଯାଇ ରିମିକ୍ସ୍ କରାଯାଇଛି । ଏହି ଭିଡିଓଗୁଡିକ ଖୁବ୍ ସୁନ୍ଦର ହୋଇଥିବା ବେଳେ କରିସ୍ମା ସେୟାର କରି ଲେଖିଛନ୍ତି କି ଏହା ୯୦ ଦଶକର କିଛି ସ୍ମୃତି । ଏହି ଭିଡିଓ ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ ଆସିଛି । ଭାଇରାଲ ହେବା ସହ ତିନି ଲକ୍ଷରୁ ଅଧିକ ଲାଇକ୍ ଆସିଛି । ଏଥିରେ କେବଳ କରିସ୍ମାଙ୍କ ଫ୍ୟାନ୍ସ ନୁହଁନ୍ତି, ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!