ମୁମ୍ବାଇ (ବାଘୁଆବାର୍ତ୍ତା): ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମାଆ ହେବା ପରେ ପୁଣି ଥରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାରେ ‘ବେବୋ’ ବିରୋଧରେ କରୀନା କପୁର ଖାନଙ୍କୁ ଟ୍ୱିଟରରେ ବଏକଟ କରିବାକୁ ଦାବି ହେଉଛି। ଏହା ପଛର କାରଣ ହେଉଛି ଏକ ପୌରାଣିକ କାହାଣୀରେ ‘ସୀତା’ର ଭୂମିକାରେ ଅଭିନୟ କରିବା। ଯେଉଁଥିରେ ସେ ଏହି ଚଳଚ୍ଚିତ୍ର ପାଇଁ ନିର୍ମାତାଙ୍କଠାରୁ ମୋଟା ରକମର ଡିମାଣ୍ଡ କରିଥିଲେ। ଲୋକମାନେ କହିଛନ୍ତି ଯେ କରୀନା ଏହି ଭୂମିକା ପାଇଁ ଯୋଗ୍ୟ ନୁହଁନ୍ତି। ନିକଟରେ ଏକ ଖବର ସାମ୍ନାକୁ ଆସିଥିଲା ଯେ ଯେତେବେଳେ ନିର୍ମାତାମାନେ ‘ସୀତା’ର ଭୂମିକା ପାଇଁ କରୀନା କପୁର ଖାନଙ୍କ ସହ ଯୋଗାଯୋଗ କରିଥିଲେ, ସେତେବେଳେ ସେ ୧୨ କୋଟି ଟଙ୍କା ମାଗିଥିଲେ, ପୂର୍ବରୁ କରୀନା ତାଙ୍କ ଫିଲ୍ମ ପାଇଁ ୬ରୁ ୮ କୋଟି ଟଙ୍କା ଚାର୍ଜ କରୁଥିଲେ। ଏହି ଖବର ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ୟୁଜରର୍ସ ଖବରର ସ୍କ୍ରିନସଟ ସେୟାର କରି କରିନାଙ୍କୁ ବୟକଟ ପାଇଁ ଦାବି କରିଛନ୍ତି। ସୀତାଙ୍କ ରୋଲ୍ ଯୋଗୁଁ ଟ୍ୱିଟରରେ ବଏକୋଟ କରିନା ଖାନ ଟ୍ରେଣ୍ଡ କରୁଛି। ପ୍ରକାଶ ଥାଉକି, ଫିଲ୍ମର ଲେଖକ କେ.ଭି.ବୀଜେନ୍ଦ୍ର ପ୍ରସାଦ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସ୍ପଷ୍ଟ କରିଛନ୍ତି ଯେ କରୀନାଙ୍କୁ ଏହି ଫିଲ୍ମ ଦିଆଯାଇ ନାହିଁ। ତେବେ ଏହି ଖବର ପରେ ମଧ୍ୟ ଟ୍ରୋଲର କ୍ରୋଧ ଶାନ୍ତ ହେଉନାହିଁ।





