ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନାଗା ସାଧୁଙ୍କ ଉପରେ ପୋଷ୍ଟ କରିବା ଅଭିନେତା କରଣ ୱାହିଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ଏବେ ଜୀବନରୁ ମାରିଦେବାକୁ ଧମକ ମିଳିଛି । କରୋନା ମହାମାରୀ ସମୟରେ ହରିଦ୍ୱାରରେ ନାଗା ସାଧୁଙ୍କର ପବିତ୍ର ସ୍ନାନ ଏବଂ କୁମ୍ଭମେଳାକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲା, ପରେ ତାଙ୍କୁ ଜୀବନରୁ ମାରିଦଦେବାକୁ ଧମକ ମିଳିଛି । କରଣ ଇନଷ୍ଟାଗ୍ରାମରେ ଲେଖିଥିଲେ କ’ଣ ନାଗା ବାବାଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଭଳି କଲଚର ନାହିଁ? ଯେପରିକି ଗଙ୍ଗାରୁ ଜଳ ନେଇ ଘରେ ସ୍ନାନ କରିପାରିବେ । କରଣଙ୍କ ଏହି ବିବାଦୀୟ ପୋଷ୍ଟକୁ ନେଇ ଅନେକ ପ୍ରତିକ୍ରିୟା ମିଳିଛି । କିଛି ୟୁଜର କରଣ ୱାହିଙ୍କ ଉପରେ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ଆଣିଛନ୍ତି । ଏହାର ଜବାବରେ କରଣ ଲେଖିଛନ୍ତି, ‘ମୋତେ ଏବେ ଗାଳିଗୁଲଜ ଓ ଅପମାନଜନକ ମେସେଜ୍ ମିଳୁଛି । ଜୀବନରୁ ମାରିଦେବାକୁ ମଧ୍ୟ ଧମକ ମିଳୁଛି ।





