Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାହିଁକି ଗିରଫ ହେଲେ ଅଭିନେତା କରଣ ମେହରା

by ସଞ୍ଜୟ ସ୍ୱାଇଁ
June 1, 2021
in NATIONAL NEWS
କାହିଁକି ଗିରଫ ହେଲେ ଅଭିନେତା କରଣ ମେହରା
190
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ଘରୋଇ କଳି ହୋଇଛି କାଳ । ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା କରଣ ମେହରାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। ପତ୍ନୀ ନିଶା ରାୱଲଙ୍କ ଅଭିଯୋଗ କ୍ରମେ ପୁଲିସ୍ ତାଙ୍କୁ ଗିରଫ କରିଛି। କରଣ ତାଙ୍କୁ ମାଡ଼ ମାରିଥିବା ନେଇ ନିଶା ଅଭିଯୋଗ କରିଛନ୍ତି। ସୋମବାର ରାତିରେ ନିଶା ଗୋରେଗାଁଓ ଅଞ୍ଚଳର ଏକ ଥାନାରେ କରଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି କରଣଙ୍କୁ ଗିରଫ କରିଛି। କରଣ ଓ ନିଶାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି। ଏମିତିକି ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ ବୋଲି ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଅବଶ୍ୟ ନିଶା ଏହାକୁ ଖଣ୍ଡନ କରିଥିଲେ। କିନ୍ତୁ କରଣ ଏନେଇ କିଛି ମନ୍ତବ୍ୟ ଦେଇ ନଥିଲେ। କରଣ ଓ ନିଶାଙ୍କ ବାହାଘରକୁ ୯ ବର୍ଷ ହୋଇଗଲାଣି। ସେମାନଙ୍କର ୪ ବର୍ଷର ପୁଅ ଅଛି। ତେବେ ବେଶ୍ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ପଦାରେ ପଡ଼ିଛି। କରଣ ମହେରା ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କହଲାତା ହେ’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। ଏହି ଧାରାବାହିକରେ ତାଙ୍କ ସହିତ ଲିଡ୍‌ ରୋଲ୍‌ରେ ଥିଲେ ଅଭିନେତ୍ରୀ ହୀନା ଖାନ୍‌। ‘ୟେ ରିସ୍ତା କ୍ୟା କହଲାତା ହେ’ ବ୍ୟତୀତ ‘ବିଗ୍ ବସ୍‌’ ଓ ‘ନଚ୍ ବଲିୟେ ୫’ ଭଳି ରିଆଲିଟି ଶୋ’ରେ ବି କରଣଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ। ସେହିପରି କରଣଙ୍କ ପତ୍ନୀ ନିଶା ମଧ୍ୟ ଜଣେ ଟେଲିଭିଜନ ଅଭିନେତ୍ରୀ। ତାଙ୍କୁ ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କୀ’, ‘କେଶର’ ଓ ‘ଶାଦି ମୁବାରକ’ ଧାରାବାହିକରେ ଦର୍ଶକ ଦେଖିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!