Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କପିଳାଶ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ

by ସଞ୍ଜୟ ସ୍ୱାଇଁ
February 18, 2023
in State
କପିଳାଶ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ
94
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଆଜି ପବିତ୍ର ମହାଶିବରାତ୍ରି । ଶୈବ ପୀଠ ମାନଙ୍କରେ ଦେବ ଦେବ ମହାଦେବଙ୍କର ପାଳିତ ହେଉଛି ଜାଗର ଯାତ୍ରା । ଏହି ଅବସରରେ ରାଜ୍ୟର ପ୍ରମୁଖ ଶୈବ ପୀଠ ଢେଙ୍କାନାଳର କପିଳାଶକୁ ରାଜ୍ୟ ବ୍ୟାପୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପୀଠର ଅଧୀଶ୍ଵର ପ୍ରଭୁ ଚନ୍ଦ୍ର ଶେଖରଙ୍କ ଦର୍ଶନ କରିବା ସାଙ୍ଗକୁ ଦୀପ ଟିଏ ଜାଳି ନିଜର ମାନସିକ ପୂରଣ ପାଇଁ ବ୍ୟାକୁଳ ହୋଇଉଠିଛନ୍ତି ଶ୍ରଢାଳୁ । ଫଳରେ ସକାଳୁ ସକାଳୁ ଉଭୟ ବାରବାଙ୍କ ଓ ପାହାଚ ରାସ୍ତାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି । କପିଳାଶ ପାଦ ଦେଶ ଦେଓଗାଁ ଠାରୁ ମୁଖ୍ୟ ମନ୍ଦିର ଯାଏଁ ଭକ୍ତ ଓ ଶ୍ରଢାଳୁଙ୍କ ଗହଣରେ ଲୋକରଣ୍ୟ ହୋଇ ଉଠିଛି କପିଳାଶ । ହର ହର ମହାଦେବ ଓ ଜୟ ଶିବ ଶମ୍ଭୁ ଧ୍ୱନୀରେ କମ୍ପି ଉଠୁଛି ପୀଠ । ଶ୍ରଦ୍ଧାଳୁ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବାରିକେଟ୍ ବ୍ୟବସ୍ଥା କରାଯାଇଛି । ଏପରିକି ଶାନ୍ତି ଶ୍ରୁଖଳା ପାଇଁ ୧୫ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରି ପୁଲିସ ପଦାଧିକାରୀ ମାନେ ନିଜେ ଭିଡ଼ ପରିଚାଳନା କରୁଥିବା ପରିଲକ୍ଷିତ ହୋଇଛି । କହିବାକୁ ଗଲେ ବିଗତ ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ସକାଳୁ ସକାଳୁ ପରିଲକ୍ଷିତ ହେଉଥିବା ଭିଡ଼ ଚଳିତ ବର୍ଷ ଯଥେଷ୍ଠ ଅଧିକ ଭିଡ଼ ହେବ ବୋଲି ଆଶଙ୍କା କରାଯାଇଛି । ସେପଟେ ଜାଗର ଯାତ୍ରା ଉପଲକ୍ଷେ ଏହି ପୀଠର ପରମ୍ପରା ମୁତାବକ ଆଜି ପ୍ରାତଃ ସମୟରୁ ସ୍ୱତନ୍ତ୍ର ନିତି ରୀତିରେ ଚିତାପତ୍ରି ସେବାୟତ ମାନେ ପ୍ରଭୁ ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ସେବାୟତ ଓ ରାଜପରିବାର ପକ୍ଷରୁ ଚାରି ପ୍ରହର ଚାରି ପୂଜା ଲେଖାଏଁ ଷୋଳ ପୂଜାସାଙ୍ଗକୁ ଷୋଡ଼ଶ ଉପଚାରରେ ପ୍ରଭୁଙ୍କର ପୂଜାର୍ଚନା କରାଯିବ। ଏହି ଅବସରରେ ସନ୍ଧ୍ୟା ପରେ ପୀଠରେ ମାତା ପର୍ବତୀଙ୍କର ରାଜ ରାଜେଶ୍ୱରୀ ବେଶ, ପ୍ରଭୁଙ୍କର ନାଗାଭରଣ ବେଶ ,ଯୋଗିରାଜ ବେଶ ଓ ହରିହର ଭେଟ ଆଦି କରାଯିବ। ତେବେ ଏହି ଦୁଲ୍ଲଭ ଦର୍ଶନ ପାଇଁ ଭକ୍ତ ଓ ଶ୍ରଢାଳୁଙ୍କ ଭିଡ଼ ଲାଗିରହିବ । ଅପରପକ୍ଷରେ ଭକ୍ତ ଓ ଶ୍ରଢାଳୁଙ୍କ ମୁଖ୍ୟ ଆକର୍ଷଣ ମହାଦୀପ ଭୋର ୩ଟା ୫୫ମିନିଟ ରେ ପାଳିଆ ସେବକ ମାନଙ୍କ ଦ୍ୱାରା ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ଚୁଡାକୁ ଉଠାଯିବ ବୋଲି ସୂଚନା ଦେଇଛନ୍ତି ପୀଠର ସେବାୟତ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!