କଣ୍ଟିଲୋ, (ବାଘୁଆବାର୍ତ୍ତା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ନୀଳମାଧବ କ୍ଷେତ୍ରସ୍ଥ କଣ୍ଟିଲୋ ଗ୍ରାମପଞ୍ଚାୟତରେ ୨୦୦୩ ମସିହାରୁ ସ୍ଥାପିତ ହୋଇଥିବା ଏକମାତ୍ର ସରକାରୀ ସ୍ବୀକୃତି ପାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳମାଧବ ବିହାରର ଦ୍ଵାବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଦିନ ପ୍ରାତଃ ୭ ଘଟିକା ସମୟରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକ ପ୍ରଭାତଫେରୀ ମାଧ୍ୟମରେ ଶ୍ରୀ ଶ୍ରୀ ନୀଳମାଧବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର କରଙ୍କ ଦ୍ଵାରା ପ୍ରଶ୍ନମଞ୍ଚ କାର୍ୟ୍ୟକ୍ରମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାରସ୍ୱାଇଁ ମୂଖ୍ୟ ଅତିଥି ଭାବରେ ଯୋଗଦେବା ସଙ୍ଗେ ସଙ୍ଗେ ମୂଖ୍ୟ ବକ୍ତା ଭାବେ ଖଣ୍ଡପଡ଼ା ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂହ ଯୋଗଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବେ କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାଶ , ଜିଲ୍ଲାପରିଷଦ ସଭ୍ୟା ଉଜ୍ଜଳ ମହାରଣା , ସମାଜସେବୀ ଅଖିଳ କୁମାର ମହାରଣା ପ୍ରମୂଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦେବା ସଙ୍ଗେ ସଙ୍ଗେ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ପ୍ରକାଶ ଥାଉକି ସଭାକାର୍ୟ୍ୟ ଆରମ୍ଭ ପୂର୍ବରୁ ସର୍ବପ୍ରଥମେ ମୂଖ୍ୟ ଅତିଥିଙ୍କ ଦ୍ୱାରା ଶ୍ରୀ ଶ୍ରୀ ନୀଳମାଧବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ବୀପ ପ୍ରଜ୍ଜ୍ଵଳନ ସହିତ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ମହାରଣା ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର କର ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ମଞ୍ଚକାର୍ୟ୍ୟ ପରିଚାଳନା କରିଥିଲେ । ପରିଶେଷରେ ବାର୍ଷିକ କ୍ରୀଡାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ସହିତ ସଭାକାର୍ଯ୍ୟ ସମାପ୍ତି ହୋଇଥିଲା । ତତ୍ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଶ୍ୱଜିତ୍ ସ୍ୱାଇଁ ତୃତୀୟ ଶ୍ରେଣୀ, ସରକାରୀ ମେଧାବୃତ୍ତି ,୨୦୨୪ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଇଷିତା ସାହୁ, ସପ୍ତମ ଶ୍ରେଣୀ, ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ, ସାଇଶ୍ରୀ ସାହୁ, ଦ୍ୱିତୀୟ, ସୁଧାଂଶୁ ସାହୁ, ଷଷ୍ଠ , ତୃତୀୟ ସ୍ଥାନ ଅଧିକାର କରିଛନ୍ତି. ପ୍ରବନ୍ଧ ପ୍ରତିଯୋଗିତାରେ ଇଷିତ ସାହୁ,( ସପ୍ତମ) ବରେଣ୍ୟ ଦାସ( ପଞ୍ଚମ), ଦିବ୍ୟାଶା ମହାରଣା(ସପ୍ତମ) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି, ଜୁନିଅର ପ୍ରବନ୍ଧ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ଦେବାଂଶ ମହାରଣା(ଚ଼ତୁର୍ଥ), ସୁଲଗ୍ନା ଜେଲସି ପ୍ରିୟଦର୍ଶିନୀ(ତୃତୀୟ), ବିଶ୍ୱରଞ୍ଜନ ନାୟକ(ଚତୁର୍ଥ) ।





