ଖଣ୍ଡପଡ଼ା, (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଂଟିଲୋ ଫାଣ୍ଡି ଅଧିନ ଫକୀର ଅତବୁଦ୍ଧିପାଟଣା ଗ୍ରାମର ଜଣେ ବିବାହିତା ମହିଳା କଲ୍ୟାଣୀ ବାଳା ସେନାପତି ନିଖୋଜ ହୋଇଥିବା ଓ ଏହି ଘଟଣା ପଛରେ ଶାଶୁଘର ଲୋକଙ୍କ ପ୍ରଚ୍ଛନ୍ନ ହାତଥିବା ନେଇ ଉକ୍ତ ମହିଳାଙ୍କ ମା ନିରୁପମା ସେନାପତି ଗତ ୧୭ ତାରିଖରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ନିଖୋଜ ମହିଳାଙ୍କ ସ୍ୱାମୀ ଶ୍ରୀକାନ୍ତ ବେହେରା, ଶ୍ୱଶୁର ସୁରେଶ ବେହେରା, ଶାଶୁ, ନଣନ୍ଦ ଓ ଦିଅର ପ୍ରଭୁତି ୫ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବା ଜଣାଯାଇଛି । ତେବେ ଅଭିଯୋଗର ୧୦ ଦିନ ପରେ ମଧ୍ୟ କଂଟିଲୋ ଫାଣ୍ଡି ତଥା ଖଣ୍ଡପଡ଼ା ଥାନା ପୁଲିସ ତଦନ୍ତରେ ଆଉ ପାଦେ ହେଲେ ଆଗେଇ ନଥିବା ଜଣାଯାଇଛି । ନିଖୋଜ ମହିଳା ଏବେ କେଉଁଠି ସେ ଜୀବିତ ନା ମୃତ ଏନେଇ ମହିଳାଙ୍କ ବାପ ଘର ଲୋକ ପ୍ରତି ମୁହୁର୍ତରେ ପ୍ରମାଦ ଗଣୁଛନ୍ତି । ଏହି ଘଟଣାରେ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।






