Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

by ସଞ୍ଜୟ ସ୍ୱାଇଁ
April 16, 2026
in Nayagarh
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ
102
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳ ଲାଇନକୁ କ୍ରିୟାଶୀଳ କରିବା ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିଦର୍ଶନ ସମୟରେ ପର୍ଯ୍ୟଟନ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ଏବଂ ଖଣ୍ଡପଡାକୁ ଖୁବ ଶୀଘ୍ର ରେଳ ଗଡ଼ିବା ନେଇ ପ୍ରତିଶୃତି ଦେଇଥିଲେ। ତଦନୁଯାଇ ତାଳଚେର ଠାରୁ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡାକୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ପ୍ରସ୍ତାବିତ ଏହି ୧୨୦ କିମି ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଦର ପର୍ଯ୍ୟନ୍ତ ଏକ କର୍ଡ଼ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ। ଏଥିପାଇଁ ଆବଶ୍ୟକ ଫାଇନାଲ ଲୋକେସନ ସର୍ଭେ ଏବଂ ଡିପିଆର କାର୍ଯ୍ୟ ରେଳବିଭାଗ ପକ୍ଷରୁ ସମ୍ପୂର୍ଣ ହୋଇସାରିଛି। ତେବେ ଚଳିତ ବର୍ଷ ଏହି କାର୍ଯ୍ୟ ପାଇଁ ରେଳ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇ ନଥିବାରୁ ରେଳଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଜରିଆରେ ଶୀଘ୍ର ଅର୍ଥ ମଂଜୁର କରିବା ପାଇଁ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରମୋଦ ପଟ୍ଟନାୟକ, ବିନାୟକ ମିଶ୍ର,ଶାନ୍ତିଶେଖର ରଥ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ଜିଲ୍ଲା ପ୍ଲାନିଂ କମିଟି ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ ଆଜି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଆସନ୍ତା କାଲି ବିଧାୟକ ଶ୍ରୀ ସ୍ୱାଇଁ ନୂଆଦିଲ୍ଲୀ ଗସ୍ତ କରିବା ଅବସରରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଏ ବାବଦରେ ଆଲୋଚନା କରିବା ପାଇଁ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!