ଖଣ୍ଡପଡା, (ବାଘୁଆବାର୍ତ୍ତା) : ଖଣ୍ଡପଡା ବ୍ଲକ କଣ୍ଟିଲୋ ପଞ୍ଚାୟତ ଅଧୀନ ହରିସୁବୁଦ୍ଧି ପାଟଣା, ପାଣୁସାହି ପାଟଣା ଏବଂ ନେହେରୁପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଖଣ୍ଡପଡା ତହସିଲଦାର। ଆଜି ସକାଳ ୮ ଘଟିକାଠାରୁ ୧ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ଏହି ଅଂଚଳରେ ସଟ୍ଡାଉନ୍ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି । ଗୁରୁବାର କଣ୍ଟିଲୋ ଗ୍ରାମପଞ୍ଚାୟତରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ତହସିଲଦାର ପାର୍ଥସାରଥୀ ହାନ୍ସଦା କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ପରେ ସପୃକ୍ତ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଙ୍ଗ ସହ ଘରକୁ ଘର ସର୍ଭେ ହେବ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି।






