ନୟାଗଡ଼,(ବାଘୁଆବାର୍ତ୍ତା): କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଡ଼. ନନ୍ଦିତା ବାରିକ ନିଯୁକ୍ତ ହୋଇଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ୟ୍ୟାଳୟ ସମ୍ପାଦକ ବୃନ୍ଦାବନ ପ୍ରଧାନ, ନୟାଗଡ଼ ଜିଲ୍ଲା ସଂଯୋଜକ ମଙ୍ଗୁଳି ବେହେରା, ମିଲନ ପ୍ରଧାନ, ଅମିତାଅଂଶୁ ମହାରଣା ଓ ମୁନା ନାୟକ ପ୍ରମୁଖ ଉପସ୍ଥିତରେ ଲୋକମାତା ରାଣୀ ଅହିଲ୍ୟାବାଇ ହୋଲକରଙ୍କ ପୁସ୍ତକ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ମହାବିଦ୍ୟାଳୟକୁ ନୂତନ ଉନ୍ନତି, ଗୁଣବତ୍ତା ଓ ସାମାଜିକ ସଚେତନତାର ସହିତ ଗଢ଼ି ଉଠାଇବା ପାଇଁ ଅଧ୍ୟକ୍ଷଙ୍କ ସହ ଅଲୋଚନା କରିଛନ୍ତି।






