Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘କାହ୍ନୁ’କୁ ରାତି ଅଧିଆ ଟେକି ଆଣିଲା ପୁଲିସ

‘ବାଘୁଆବାର୍ତ୍ତା ମହାପ୍ରଭାବ’

by ସଞ୍ଜୟ ସ୍ୱାଇଁ
November 11, 2020
in Nayagarh
‘କାହ୍ନୁ’କୁ ରାତି ଅଧିଆ ଟେକି ଆଣିଲା ପୁଲିସ
4.2k
VIEWS
Share on FacebookShare on Twitter

ସଙ୍ଗୀନ ଅଭିଯୋଗରେ କୋର୍ଟ ଚାଲାଣ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା କାହ୍ନୁର ଖେଳ ଆଜି ଖତମ୍ ହୋଇଛି । ଦୀର୍ଘ ୪ ମାସ ଧରି ପୁଲିସକୁ ପାଣି ପିଆଇ ଦେଇଥିବା ଏହି ମାଫିଆକୁ ପୁଲିସ ଟେକି ଆଣିଛି । ଆଜି ଚାନ୍ଦପୁର ପୁଲିସ କାହ୍ନୁକୁ ସଙ୍ଗୀନ ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ମିଳିଥିବା ସୂଚନାନୁସାରେ, ଟାଙ୍ଗିର କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଦୀର୍ଘବର୍ଷ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା, ଚାନ୍ଦପୁର ଥାନା ଏବଂ ଟାଙ୍ଗି ଥାନା ଅଂଚଳରେ ନିଜର କାୟା ବିସ୍ତାରି ଚାଲିଥିଲା । ନିଜକୁ ହୋମ ଡିପାଟ୍‌ମେଣ୍ଟ ସେକ୍ରେଟେରୀ, ଶିକ୍ଷା ସଚିବ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ମନ୍ତ୍ରୀ, ନେତାଙ୍କ ପାଖଲୋକ ବୋଲି ପରିଚୟ ସୃଷ୍ଟି କରି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଖଣି ମାଫିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ଚୂନ ଲଗାଇ ଚାଲିଥିଲା । କିଛି ତହସିଲ, ବ୍ଲକ ଏବଂ ଚାନ୍ଦପୁର ଡାକ୍ତରଖାନାର ଜୈନିକ କର୍ମଚାରୀଙ୍କୁ ହାତ କରି ଆତଙ୍କ ରାଜ ଚଳାଇ ଆସିଥିଲା । ଯାହାକୁ ନେଇ ପ୍ରଶାସନିକ ଅଧିକାରୀ ଏବଂ ସଚ୍ଚୋଟ ସରକାରୀ କର୍ମଚାରୀ ଅତିଷ୍ଠ ହୋଇପଡ଼ିଥିବା ବେଳେ କାହ୍ନୁ ନିଜର ଭୋକ ମେଣ୍ଟାଇବାକୁ ରାଇପଡ଼ା ଗୋଷ୍ଠୀ ସଂଘର୍ଷ ସୃଷ୍ଟି କରାଇଥିଲା । ଯାହାକୁ ନେଇ ଚାନ୍ଦପୁର ପୁଲିସ କାହ୍ନୁ ନାମରେ ବିଭିନ୍ନ ମାମଲା ରୁଜୁ କରାଇବାରୁ ସେ ତା’ର ଚେଲା ଚାମୁଣ୍ଡାଙ୍କୁ ଲଗାଇ ଥାନା ଅଧିକାରୀଙ୍କ ନାମରେ କୋର୍ଟରେ କେଶ୍ କରାଇଥିଲା । ପୁଲିସ ଦୀର୍ଘ ୪ ମାସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ କଟକର ଏକ ସ୍ଥାନରୁ ପୁଲିସ କାହ୍ନୁକୁ ଉଠାଇ ଆଣିଥିଲା । ଚାନ୍ଦପୁର ଥାନା ଅଧିକାରୀଙ୍କୁ ସୂଚନା ମୁତାବକ, ନୟାଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କାହ୍ନୁକୁ ଧରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ସେ ଧରା ପଡ଼ିଥିବା ବେଳେ ତାଙ୍କଠାରୁ ବିଭିନ୍ନ ପ୍ରକାର ପରିଚୟ ପତ୍ର, ଏକାଧିକ ବ୍ୟାଙ୍କ ପାସ୍‌ବୁକ୍‌, ଦୁଇଟି ଲାପଟପ୍ ଏବଂ ଏକ କାର ଜବତ କରାଯାଇଛି । ତାଙ୍କ ନାମରେ ରାଇପଡ଼ା ଗୋଷ୍ଠୀ ସଂଘର୍ଷ ମାମଲା ସହ ଏକ ବିଦ୍ୟାଳୟ ଖୋଲିବା ସହ ଠକେଇ ପ୍ରଭୃତି ମାମଲା ରହିଥିଲା । ଆଜି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!