Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହର ପ୍ରତିଶୃତି ଦେଇ କଲେ ବଳତ୍କାର, କଙ୍ଗନା ରଣାୱତଙ୍କ ବଡିଗାର୍ଡ, ପୁଲିସ ତଦନ୍ତ ଜାରି

by ସଞ୍ଜୟ ସ୍ୱାଇଁ
May 22, 2021
in Crime, NATIONAL NEWS
ବିବାହର ପ୍ରତିଶୃତି ଦେଇ କଲେ ବଳତ୍କାର, କଙ୍ଗନା ରଣାୱତଙ୍କ ବଡିଗାର୍ଡ, ପୁଲିସ ତଦନ୍ତ ଜାରି
737
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ବଲିଉଡର ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରାୟତଃ ତାଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏଥର କଙ୍ଗନା ନୁହଁନ୍ତି ତାଙ୍କ ସହ ଜଡିତ ଜଣେ ବ୍ୟକ୍ତି ଚର୍ଚ୍ଚାରେ ରହିଛନ୍ତି । ସେହି ବ୍ୟକ୍ତି ଆଉ କେହି ନୁହଁନ୍ତି କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେ । କଙ୍ଗନାଙ୍କ ବଡିଗାର୍ଡ ବିରୋଧରେ ପୋଲିସ ଷ୍ଟେସନରେ ଏକ ବଳତ୍କାର ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଅଭିନେତ୍ରୀଙ୍କ ବଡିଗାର୍ଡ କୁମାର ହେଗେଡଙ୍କ ଉପରେ ଜଣେ ୩୦ ବର୍ଷୀୟା ବ୍ୟୁଟିସିୟାନ ଅଭିଯୋଗ ଆଣିଛନ୍ତି ଯେ ହେଗେଡ ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ବଳତ୍କାର କରିଛନ୍ତି । ଅଭିଯୋଗରେ ପୀଡିତା କହିଛନ୍ତି ଯେ କୁମାର ହେଗଡେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କେବଳ ଏତିକି ନୁହେଁ, କୁମାର ମଧ୍ୟ ମହିଳାଙ୍କୁ ଲିଭ ଇନ ରିଲେସନସିପରେ ରହିବାକୁ କହିଥିଲେ, ଯେଉଥିପାଇଁ ସେ ଏହା ଭାବି ରାଜି ହୋଇଥିଲେ ଯେ ସେ ତାଙ୍କୁ ବିବାହ କରିବେ । ପୀଡିତା ଜଣଙ୍କ କହିଛନ୍ତି ସେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ କିନ୍ତୁ କୁମାର ହେଗଡେ ତାଙ୍କୁ ଏହା କରିବାକୁ ବାଧ୍ୟ କରିଥିଲେ । ପୀଡିତା ଅଭିଯୋଗ କରିଛନ୍ତି ଯେ କୁମାର ତାଙ୍କଠାରୁ ୫୦,୦୦୦ ଟଙ୍କା ଋଣ ନେଇଥିଲେ । ସେ କହିଥିଲେ ଯେ ତାଙ୍କ ମା ଅସୁସ୍ଥ ଥିବାରୁ ତାଙ୍କୁ ନିଜ ସହରକୁ ଯିବାକୁ ପଡିବ । ଏହା ପରେ ତାଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ଏଫଆଇଆର ଅନୁଯାୟୀ, ଗତ ବର୍ଷ ଜୁନ ମାସରେ ପୀଡିତା କୁମାର ହେଗଡେଙ୍କୁ ଏକ ଫିଲ୍ମ ସୁଟିଂ ସମୟରେ ଭେଟିଥିଲେ । ପୀଡିତାଙ୍କ ଅଭିଯୋଗରେ, ଆଇପିସିର ଧାରା ୩୭୬, ୩୭୭ ଏବଂ ୪୨୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!