ମୁମ୍ବାଇ (ବାଘୁଆବାର୍ତ୍ତା): ବଲିଉଡ ଅଭିନେତ୍ରୀ ତଥା ସବୁ ପ୍ରସଙ୍ଗରେ ନିଜର ତୁଣ୍ଡ ଖୋଲି ବିବାଦରେ ରହୁଥିବା କଙ୍ଗନା ରାଣାୱତଙ୍କୁ ଶକ୍ତ ଝଟକା ଲାଗିଛି । ସୋଶିଆଲ ମିଡିଆରେ ବିବାଦୀୟ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ଆଜି ଟ୍ୱିଟର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କ ଆକାଉଣ୍ଟକୁ ଟ୍ୱିଟର ସ୍ଥାୟୀ ଭାବେ ସସପେଣ୍ଡ କରିଦେଇଛି । କୌଣସି ଭାରତୀୟ ସେଲେବ୍ରିଟିଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ ହେବା ବୋଧେ ପ୍ରଥମ ଘଟଣା । ସୂଚନାନୁସାରେ, ପଶ୍ଚିମବଙ୍ଗରେ ବିଜେପି ହାରିବା ଓ ମମତା ବାନାର୍ଜୀ ଜିତିବା ଘଟଣାକୁ କଙ୍ଗନା ସହଜରେ ସହି ପାରି ନଥିଲେ । ଏଥିପାଇଁ ସେ ମମତାଙ୍କୁ ଟାର୍ଗେଟ କରି ଏକାଧିକ ବିବାଦୀୟ ଓ ଆପତ୍ତିଜନକ ଟ୍ୱିଟ କରିଥିଲେ । ବେଙ୍ଗଲ ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଘଟିଛି ଏଥିରେ ୧୨ ଜଣ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।





