Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଟି ତଳୁ ରାଡାର ବାହାର କଲା ୨୧୫ ଶିଶୁଙ୍କ ମୃତଦେହ, ଏହା ଏକ ସ୍କୁଲ କ୍ୟାମ୍ପସର ଘଟଣା

by ସଞ୍ଜୟ ସ୍ୱାଇଁ
May 30, 2021
in NATIONAL NEWS
ମାଟି ତଳୁ ରାଡାର ବାହାର କଲା ୨୧୫ ଶିଶୁଙ୍କ ମୃତଦେହ, ଏହା ଏକ ସ୍କୁଲ କ୍ୟାମ୍ପସର ଘଟଣା
452
VIEWS
Share on FacebookShare on Twitter

ଟରୋଣ୍ଟୋ, (ବାଘୁଆବାର୍ତ୍ତା): କାନାଡାର ଏକ ସ୍କୁଲ କ୍ୟାମ୍ପସରେ ଭିତରୁ ୨୧୫ ଶିଶୁଙ୍କ ମୃତଦେହ ପୋତା ଯାଇଥିବାର ଦେଖିବାକୁ ମିଳିଛି । ଏଥିମଧ୍ୟରେ ତିନି ବର୍ଷ ପର୍ୟ୍ୟନ୍ତ ପିଲାମାନଙ୍କ ମୃତ ଶରୀର ମଧ୍ୟ ଅଛି । ଏହି ସ୍କୁଲଟି କେବେ କାନାଡାର ସର୍ବ ବୃହତ ଆବାସିକ ବିଦ୍ୟାଳୟ ଭାବରେ ପରିଗଣିତ ହେଉଥିଲା । ସ୍କୁଲର ଜଣେ ଅଧିକାରୀ ରୋଜାନେ କାସିମିର ଙ୍କ କହିବା ଅନୁସାରେ ମାଟିକୁ ଭେଦ କରିପାରୁଥିବା ରାଡାର ଯୋଗେ ଗତ ସପ୍ତାହରେ ମୃତ ଦେହ ଗୁଡିକ ସମ୍ପର୍କରେ ଜଣା ପଡିଥିଲା । ଆହୁରି ଅଧିକ ମୃତ ଦେହ ମିଳିପାରେ । କାରଣ ସ୍କୁଲ ପରିସରରେ ଏବେ ଆହୁରି ଅଞ୍ଚଳରେ ଛାନଭିନ୍ନ କରାଯିବ। ଯେଉଁ ସ୍କୁଲ କ୍ୟାମ୍ପସରେ ଏହି ମୃତଦେହ ମିଳିଛି ଏହାର ନାମ କେମଲୁପ୍ସ ଇଣ୍ଡିଆନ୍ ରେସିଡେନ୍ସିଆଲ୍ ସ୍କୁଲ୍ । ଉନବିଂଶମ ଶତାବ୍ଦୀର ଆରମ୍ଭରୁ ୧୯୭୦ ଦଶକ ପର୍ୟ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ଦେଢଲକ୍ଷରୁ ଅଧିକ ପିଲାଙ୍କୁ ଏହି ଖ୍ରିଷ୍ଟିୟାନ ବିଦ୍ୟାଳୟକୁ ଅଣାଯାଇଥିଲା । ତେବେ ସେମାନ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା । ଏପରକି ସେମାନଙ୍କର ମାତୃଭାଷା ମଧ୍ୟ କହିବାକୁ ଅନୁମତି ଦିଆଯାଇନଥିଲା । ଦରକାର ପଡିଲେ ଅନେକଙ୍କୁ ମାଡ ମଧ୍ୟ ଦିଆଯାଇଥିଲା । ଏହା ଏକ ଭଳି କ୍ଷତି ଯାହା ବିଷୟରେ ଆପଣ କେବେ ଚିନ୍ତା କରିପାରିବେ ନାହିଁ । ଉଲେଖନୀୟ ଯେ,ଏହି ସ୍କୁଲ ୧୮୯୦ ରୁ ୧୯୬୯ ପର୍ୟ୍ୟନ୍ତ ଚାଲିଥିଲା । ଏହାପରେ ସଂଘୀୟ ସରକାର କ୍ୟାଥଲିକ ଚର୍ଚ ଏହାର ସଂଚଳନା ନିଜ ହାତରେ ନେଇଥିଲା । ଏହି ସ୍କୁଲ ୧୯୭୮ ରେ ବନ୍ଦ ହୋଇଯାଇଥିଲା । କୁହାଯାଏ ଯେ ଏହି ସମୟ ମଧ୍ୟରେ ପ୍ରାୟ ୬ ହଜାର ଶିଶୁ ପ୍ରାଣ ହରାଇଥିଲେ । ଏହାକୁ ନେଇ ୨୦୦୮ରେ କାନାଡା ସରକାର ସଂସଦରେ କ୍ଷମାପ୍ରାର୍ଥନା ବି କରିଥିଲେ । ଏବଂ ଏହାକୁ ବି ସ୍ୱିକାର କରିଥିଲେ ଯେ, ସେହି ସମୟରେ ଖ୍ରୀଷ୍ଟିଆନ ବିଦ୍ୟାଳୟରେ ପିଲାମାନଙ୍କୁ ଶାରୀରିକ ତଥା ଯୌନ ଉତ୍ପୀଡନର ଶିକାର ମଧ୍ୟ କରାଯାଉଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!