Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କମଳା ହାରିସ୍‌ଙ୍କ ବଡ଼ ବୟାନ, ନିଜ ଶରୀର ସହ କ’ଣ କରିବେ ତାହା ମହିଳାଙ୍କ ନିଜସ୍ୱ ଅଧିକାର

by ସଞ୍ଜୟ ସ୍ୱାଇଁ
September 11, 2024
in NATIONAL NEWS, WORLD
କମଳା ହାରିସ୍‌ଙ୍କ ବଡ଼ ବୟାନ, ନିଜ ଶରୀର ସହ କ’ଣ କରିବେ ତାହା ମହିଳାଙ୍କ ନିଜସ୍ୱ ଅଧିକାର
90
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଗର୍ଭପାତ ନୀତିକୁ ନେଇ ଆମେରିକାରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହୋଇଛି ଜୋରଦାର ବିତର୍କ। ଗର୍ଭପାତ ନୀତିକୁ ନେଇ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରେ ଉପୁଜିଛି ମୁହାଁମୁହିଁ ସ୍ଥିତି। ଟ୍ରମ୍ପ ରାଷ୍ଟ୍ରପତି ହେଲେ ଦେଶରେ ପୁଣି ଥରେ ଗର୍ଭପାତ ନିୟମ ଉପରେ ରୋକ୍ ଲଗାଇଦେବେ ବୋଲି ଚେତାଇ ଦେଇଛନ୍ତି ହାରିସ୍‌। ଏହାଦ୍ୱାରା ମହିଳାମାନେ ନିଜ ଶରୀର ସହ କ’ଣ କରିବେ ତା’ ଉପରୁ ସ୍ୱାଧୀନତା ହରାଇ ବସିବେ। ମାତ୍ର ଏହା ଭିତ୍ତିହୀନ ବୋଲି କହିଛନ୍ତି ଟ୍ରମ୍ପ । ବିତର୍କ ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଗର୍ଭପାତ ନୀତି ଉପରେ ଆଲୋଚନା କରି ୬ ସପ୍ତାହ ପରେ ଗର୍ଭପାତ ବ୍ୟାନ ନିୟମକୁ ସମର୍ଥନ କରିଥିଲେ । ଟ୍ରମ୍ପ କହିଛନ୍ତି, ଏହି ପ୍ରସଙ୍ଗରେ ଡେମୋକ୍ରାଟିକ୍ ପାର୍ଟିର ନିୟମ ପୁରୁଣା ହୋଇଗଲାଣି । ମାତ୍ର ଏହାକୁ କାଉଣ୍ଟର କରି ହାରିସ କହିଛନ୍ତି, ମହିଳାମାନେ ନିଜ ଶରୀର ସହ କ’ଣ କରିବେ ତାହା ଟ୍ରମ୍ପ କହିବା ଦରକାର ନାହିଁ। ତେଣୁ ସେ ପୁଣି ଥରେ ଶାସନକୁ ଫେରିଲେ ସମ୍ପୂର୍ଣ୍ଣ ଦେଶରେ ଗର୍ଭପାତ ଉପରେ ବ୍ୟାନ୍ ଲଗାଇବାକୁ ଉଦ୍ଦିଷ୍ଟ ବିଲ୍‌ରେ ସାଇନ୍ କରିଦେବେ ବୋଲି କହିଛନ୍ତି ହାରିସ । ମାତ୍ର କମଳାଙ୍କ କଥାକୁ ଟ୍ରମ୍ପ ମନଗଢ଼ା କହିବା ସହ ଏପରି କୌଣସି ବିଲ୍ ସାଇନ୍ କରିବାର ଆବଶ୍ୟକତା ନ ଥିବା କହିଛନ୍ତି। କାରଣ କଂଗ୍ରେସରେ ଏପରି ବିଲ୍ ଅନୁମୋଦନ ହାସଲ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଆମେରିକାର ୨୦ରୁ ଅଧିକ ରାଜ୍ୟରେ ଏବେ ବି ଗର୍ଭପାତ ନିୟମ ଲାଗୁ ହୋଇଛି। ଫଳରେ ଡାକ୍ତରମାନେ ଗର୍ଭପାତ କରିବାକୁ ଭୟ କରୁଛନ୍ତି। କାରଣ ଏପରି କରିବା ଜଣାପଡ଼ିଲେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ତେଣୁ ମହିଳାମାନେ ଭୟଭୀତ ହେବା ସହ ଏହାର ସାଂଘାତିକ ପରିଣାମ ଭୋଗୁଛନ୍ତି ବୋଲି କହିଛନ୍ତି ହାରିସ। ଏପରିକି ବଳାତ୍କାରର ଶିକାର ମହିଳାମାନେ ଏହାଦ୍ୱାରା ଖୁବ୍ କ୍ଷତିଗ୍ରସ୍ତ ହେଉଛନ୍ତି। କାରଣ ଏହାଦ୍ୱାରା ସେମାନେ ଗର୍ଭବତୀ ହୋଇଯିବେ ତଥାପି ସେମାନଙ୍କୁ ଗର୍ଭପାତର ଅନୁମତି ମିଳୁ ନାହିଁ। ଫଳରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ୁଛି ବୋଲି କହିଛନ୍ତି ହାରିସ୍‌। ଏହି ପ୍ରସଙ୍ଗରେ ଡେମୋକ୍ରାଟିକ୍ ଦଳକୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି, ସେମାନେ ହେଉଛନ୍ତି କଟ୍ଟରପନ୍ଥୀ, କାରଣ ସେମାନଙ୍କ ଚିନ୍ତାଧାରା ଅତ୍ୟନ୍ତ ଭୟଙ୍କର। ଗର୍ଭବତୀ ହେବାର ୯ ମାସରେ ଗର୍ଭପାତକୁ ବିଲକୁଲ୍ ଠିକ୍ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି ଡେମୋକ୍ରାଟିକ୍ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ। ଏହା କିପରି ନ୍ୟାୟ ସଙ୍ଗତ ଓ ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୨ ମସିହାରେ ଆମେରିକାର ସୁପ୍ରିମକୋର୍ଟ ନିଜ ୫୦ ବର୍ଷର ନିୟମକୁ ଭାଙ୍ଗି ଗର୍ଭପାତ ନିମନ୍ତେ ଆମେରିକୀୟ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ହଟାଇ ଦେଇଥିଲେ। ଏହାଦ୍ୱାରା ଆମେରିକୀୟ ମହିଳା ନିଜ ଗର୍ଭପାତର ଅଧିକାରକୁ ହରାଇ ବସିଥିଲେ। ଏହାକୁ ସମଗ୍ର ଦେଶରେ ଜୋରଦାର ବିରୋଧ କରାଯାଇଥିଲା। ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ବି ଏହି ପ୍ରସଙ୍ଗ ସ୍ଥାନ ପାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!