Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି

by ସଞ୍ଜୟ ସ୍ୱାଇଁ
September 19, 2024
in NATIONAL NEWS, Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି
152
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): କମାଲ କରିଛନ୍ତି ଭାରତର ସ୍ପିନିଂ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା। ଏଥର ବୋଲିଂରେ ନୁହେଁ, ବ୍ୟାଟିଂରେ ଉଭୟ ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି। କେବଳ ଉଦ୍ଧାର କରି ନାହାନ୍ତି, ବରଂ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଭାରତକୁ କମବ୍ୟାକ କରାଇଛନ୍ତି। ବିଶେଷ କରି ଅଶ୍ୱିନ ନିଜ ହୋମଗ୍ରାଉଣ୍ଡ ଚେନ୍ନାଇର ଏମଏ ଚିଦାମ୍ବରମ ବା ଚେପକରେ ନିଜ ବ୍ୟାଟିଂରେ ଯାଦୁ ଦେଖାଇଛନ୍ତି। ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କ ଭଳି ବଡ଼ବଡ଼ ବ୍ୟାଟର ଯେଉଁ ବାଂଲାଦେଶ ବୋଲିଂ ଆଗରେ ତିଷ୍ଟି ପାରି ନଥିଲେ, ସେଠାରେ ଅଶ୍ୱିନ ଓ ଜାଡେଜା ନିଜର କଳା ଦେଖାଇଛନ୍ତି। ଉଭୟ ୭ମ ୱିକେଟ ପାଇଁ ରେକର୍ଡ ପାର୍ଟନରଶିପ କରି ଭାରତକୁ ଦମଦାର ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି। ପ୍ରଥମ ଦିନରେ ଅଶ୍ୱିନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଶତକ। ସେ ୧୦୮ ବଲରେ ଶତକ ହାସଲ କରିଛନ୍ତି। ଏଥିସହ ଷ୍ଟମ୍ପ ଅପସାରଣ ଯାଏ ୧୦୨ ରନ କରି ଅପରାଜିତ ରହିଛନ୍ତି। ତାଙ୍କ ସହ ଜାଡେଜା ମଧ୍ୟ ୮୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଅଶ୍ୱିନ ଓ ଜାଡେଜାଙ୍କ ଦମରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ କରି ନେଇଛି। ଏକଦା ୩୪ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତ ଏବେ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି। ଜାଡେଜା ଓ ଅଶ୍ୱିନ ଭାରତ ସ୍କୋର ୧୪୪ ଥିବା ବେଳେ ଏକାଠି ବ୍ୟାଟିଂ କରିଥିଲେ। ଏବେ ଦଳୀୟ ସ୍କୋର ୩୩୯ରେ ପହଞ୍ଚି ଯାଇଛି। ପେସ ବୋଲିଂକୁ ଆରମ୍ଭରୁ ସୁହାଉଥିବା ପିଚ୍‌ରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ହାସନ ମହମୁଦ ଭାତକୁ ଜଟକା ପରେ ଜଟକା ଦେଇଥିଲେ। ପ୍ରଥମେ ସେ ଅଧିନାୟକ ରୋହିତ ଶର୍ମା(୬)ଙ୍କୁ ଆଉଟ କରିଥିଲେ। ଏହାପରେ ଶୁବମନ ଗିଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ବିରାଟ କୋହଲି ମାତ୍ର ୬ ରନ କରି ହାସଙ୍କ ତୃତୀୟ ଶିକାର ବନିଥିଲେ। ଭାରତ ୩୪ ରନରେ ୩ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଋଷଭ ପନ୍ତଙ୍କୁ ସାଥୀ କରି ଯଶସ୍ୱୀ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଲଞ୍ଚ ସୁଦ୍ଧା ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। କିନ୍ତୁ ଲଞ୍ଚ ବ୍ରେକର ତୃତୀୟ ଓଭରରେ ହାସନ ୩୯ ରନ କରିଥିବା ପନ୍ତଙ୍କୁ ଆଉଟ କରି ଦେଇଥିଲେ। ପନ୍ତ ଆଉଟ ହୋଇଥିଲେ ହେଁ ଯଶସ୍ୱୀ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ନାହିଦ ରାଣା ୫୬ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ। ପରବର୍ତ୍ତୀ ଓଭରରେ ମେହିଦ ହାସନ ମିରାଜ ୧୬ ରନ କରିଥିବା ରାହୁଲଙ୍କୁ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଭାରତ ୧୪୪ ରନରେ ୬ଷ୍ଠ ୱିକେଟ ହରାଇଥିଲା। ବାସ୍‌ ଏହି ଠାରୁ ଆରମ୍ଭ ହୋଇଥିବା ରବୀନ୍ଦ୍ର ଓ ରବିଚନ୍ଦ୍ରନଙ୍କ ଜଲୱା। ଉଭୟ କେବଳ ୱିକେଟ ରଖି ନଥିଲେ, ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ। ବିଶେଷ କରି ଘରୋଇ ଦର୍ଶକଙ୍କ ଆଗରେ ଅଶ୍ୱିନ ନିଜର ଦକ୍ଷତା ଦେଖାଇଥିଲେ। ବାଂଲାଦେଶର ପ୍ରତିଟି ବୋଲରଙ୍କୁ ଉଭୟ କଡ଼ା ପ୍ରହାର କରି ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ ପରେ ଉଭୟ ଗିୟର ମଧ୍ୟ ବଦଳାଇଥିଲେ। ଏଥିସହ ଅଶ୍ୱିନ ୧୦୮ ବଲରେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ। ସେହିପରି ଘରୋଇ ମାଟିରେ ଦ୍ୱିତୀୟ ସେଞ୍ଚୁରୀ। ଶତକୀୟ ଇନିଂସରେ ଅଶ୍ୱିନ ୧୦ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଅଶ୍ୱିନଙ୍କ ଶତକ ପରେ ଜାଡେଜା ମଧ୍ୟ ସେହି ଦିଗରେ ଆଗେଇ ଥିଲେ। ହେଲେ ପ୍ରଥମ ଦିନର ଖେଳକୁ ୮୦ ଓଭରରେ ବନ୍ଦ କରି ଦିଆଯାଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜା ୮୬ ରନରେ ଅପରାଜିତ ରହିଛନ୍ତି। ଅଶ୍ୱିନ ମଧ୍ୟ ୧୦୨ ରନ କରି କ୍ରିଜରେ ଅଛନ୍ତି। ଆସନ୍ତାକାଲି ଉଭୟ ଏହି ଠାରୁ ବ୍ୟାଟିଂ କରିବେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!