Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ବାଚନ ଲଢିବନି କମଲ ହାସନଙ୍କ ଦଳ, ଡିଏମକେ ପାଇଁ କରିବେ ପ୍ରଚାର

by ସଞ୍ଜୟ ସ୍ୱାଇଁ
March 9, 2024
in NATIONAL NEWS, Politics
ନିର୍ବାଚନ ଲଢିବନି କମଲ ହାସନଙ୍କ ଦଳ, ଡିଏମକେ ପାଇଁ କରିବେ ପ୍ରଚାର
54
VIEWS
Share on FacebookShare on Twitter

ତାମିଲନାଡୁ, (ବାଘୁଆବାର୍ତ୍ତା): ସାଧାରଣ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ଏମଏନଏମ ମୁଖ୍ୟ କମଲ ହାସନ । ତାମିଲନାଡୁରେ ଡିଏମକେ ସହ ମେଣ୍ଟ କରିବାକୁ ସହମତି ପ୍ରକାଶ କରିଛନ୍ତି କମଲ ହାସନ । ଏହି କ୍ରମରେ ଡିଏମକେ ନେତୃତ୍ୱରେ ହୋଇଥିବା ମେଣ୍ଟ ପାଇଁ ପ୍ରଚାର କରିବେ କମଲ ହାସନ । ଏମଏନଏମ ଲୋକସଭା ନିର୍ବାଚନ ଲଢିବନି ଏବଂ କମଲ ହାସଲ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆଉ ପ୍ରତିବଦଳରେ ୨୦୨୫ରେ କମଲ ହାସନଙ୍କ ଦଳକୁ ଏକ ରାଜ୍ୟସଭା ଆସନ ଦେବାକୁ ମେଣ୍ଟ ସଦସ୍ୟ ରାଜି ହୋଇଛନ୍ତି । ପୂର୍ବରୁ କମଲ ହାସନଙ୍କ ଦଳ ଲୋକସଭାର କିଛି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓ କମଲନାଥଙ୍କ ମଧ୍ୟରେ ଆଲୋଚନା ପରେ ଲୋକସଭା ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି କମଲ ହାସନ । କମଲ ହାସନଙ୍କ ଦଳ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ପାଇଁ ୩୯ ଲୋକସଭା ଆସନରେ ପ୍ରଚାର କରିବ । ଏହି ନିଷ୍ପତ୍ତିକୁ ନେଇ କମଲ ହାସନ କହିଛନ୍ତି, ଏହା କୌଣସି ପଦପଦବୀର କଥା ନୁହେଁ । ବରଂ ଏହା ପୂରା ଦେଶ ପାଇଁ ନିଷ୍ପତ୍ତି । ତେଣୁ ଯେଉଁ ଦଳକୁ ସମର୍ଥନ ଦେବାକୁ ଭାବିଛୁ ତାହାକୁ ସମର୍ଥନ କରିବୁ । ୨୦୧୯ରେ କଂଗ୍ରେସ ଓ ଡିଏମକେ ମେଣ୍ଟ ୩୯ଟି ଆସନରୁ ୩୮ଟିରେ ବିଜୟ ହାସଲ କରିଥିଲା । ଯେଉଁଥିରୁ କଂଗ୍ରେସ ୯ଟି ଆସନରୁ ୮ଟିରେ ବିଜୟ ହାସଲ କରିଥିଲା । ୨୦୨୪ରେ ମଧ୍ୟ କଂଗ୍ରେସକୁ ତାମିଲନାଡୁରେ ୯ଟି ଆସନରେ ନିର୍ବାଚନ ଲଢିବାକୁ ଅଫର କରିଛି ଡିଏମକେ । ତେବେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଖୁବଶୀଘ୍ର ଉଭୟ ଦଳ ମଧ୍ୟରେ ସିଟ୍ ଭାଗବଣ୍ଟା ଶେଷ ହେବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!