Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ ଲକ୍ଷ ଟଙ୍କା ଡିଲ୍‌ରେ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ ସୁପାରି କିଲର, ଆଜି ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
November 13, 2023
in Crime, State
୬ ଲକ୍ଷ ଟଙ୍କା ଡିଲ୍‌ରେ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ ସୁପାରି କିଲର, ଆଜି ବନ୍ଧା ହେଲେ
87
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳର ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣାରେ ପୁଲିସ୍ ଦୁଇ ସୁପାରି କିଲରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି- ରାକେଶ ନାଥ ଓ ଦେବ ବର୍ଜା। ରାକେଶଙ୍କ ଘର କାମାକ୍ଷାନଗର ଥାନା ପୁରୁଣା ଆଳତୁମା ଗାଁରେ ହୋଇଥିବା ବେଳେ ଦେବ ବର୍ଜାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜାମଡ଼ା ଥାନା ଡୁମଡ଼ିହିରେ। ୬ ଲକ୍ଷ ଟଙ୍କା ଡିଲ୍‌ରେ ଏହି ଦୁଇ ଜଣ ନିରାକାର ସାହୁଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଏହି ଘଟଣାରେ ଦିବ୍ୟଦର୍ଶନ ମହନ୍ତ (୨୩)ଙ୍କୁ ଗିରଫ କରାଯାଇଥିଲା। ନିରାକାରଙ୍କୁ ମାରିବାକୁ ରାକେଶ ଓ ଦେବଙ୍କ ସହିତ ୬ ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଦିବ୍ୟଦର୍ଶନ। ପ୍ରତିଶୋଧ ପାଇଁ ଘଟିଥିଲା ଏହି ହତ୍ୟାକାଣ୍ଡ। ଦିବ୍ୟଦର୍ଶନଙ୍କ ବାପା ତଥା ବିଜେଡି ନେତା ଓ ପୂର୍ବତନ ସମିତି ସଭ୍ୟ ଦୀପକ କୁମାର ମହନ୍ତଙ୍କୁ ୨୦୨୧ ମସିହାରେ ହତ୍ୟା କରିଥିଲେ ନିରାକାର ଓ ତାଙ୍କର କିଛି ସହଯୋଗୀ। ସେଥିପାଇଁ ନିରାକାରଙ୍କୁ ମାରିବାକୁ ଚାହୁଁଥିଲେ ଦିବ୍ୟଦର୍ଶନ। ଦୀପକ କୁମାର ମହନ୍ତ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ନିରାକାର। ପରେ ସେ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲେ। ସେ ଜାମିନରେ ଘରକୁ ଫେରିବା ପରେ ତାଙ୍କୁ ହତ୍ୟା କରିବାକୁ ରାକେଶ ଓ ଦେବ ବର୍ଜାକୁ ନିଯୁକ୍ତ କରିଥିଲେ ଦିବ୍ୟଦର୍ଶନ। ଗତ ସେପ୍ଟେମ୍ବର ୨୭ ତାରିଖ ରାତିରେ ନିରାକର ସାହୁଙ୍କୁ ଆଳତୁମା ଗାଁ ରେଲୱେ ଓଭରବ୍ରିଜ୍ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦିବ୍ୟଦର୍ଶନ ମହାନ୍ତଙ୍କୁ ଗତ ମାସ ୨୬ ତାରିଖରେ କାମାକ୍ଷାନଗର ପୁଲିସ୍ ଗିରଫ କରିଥିଲା। ରାକେଶ ଓ ଦେବଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଆଉ ଆଜି ରାକେଶ ଓ ଦେବ ବର୍ଜାଙ୍କୁ ଗିରଫ କରିଥିଲା ପୁଲିସ୍। ମୟୂରଭଞ୍ଜ ପୁଲିସ୍ ସହାୟତାରେ ସେମାନଙ୍କୁ ଜାମଡ଼ା ଅଞ୍ଚଳରୁ ଗିରଫ କରିଥିଲା କାମାକ୍ଷାନଗର ପୁଲିସ୍‌ର ସ୍ୱତନ୍ତ୍ର ଟିମ୍।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!