ଭଦ୍ରକ, (ବାଘୁଆବାର୍ତ୍ତା): ଆଗାମୀ ନଭେମ୍ବର ୪ ତାରିଖରେ ପାଳିତ ହେବାକୁ ଥିବା କାଳୀପୂଜା ପାଇଁ ଜିଲ୍ଲାପାଳ ତ୍ରିଲୋଚନ ମାଝିଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧ୍ୟକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।କୋଭିଡ଼ କଟକଣା ପାଳନ ପୂର୍ବକ କାଳୀପୂଜା ପାଳନ କରାଯିବା ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗ ଦର୍ଶକାକୁ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ଉପସ୍ଥାପନ କରିଥିଲେ । ସେହି ଆଧାରରେ ଆଲୋଚନା କରାଯାଇ କାଳୀ ପୂଜା ପର୍ବ ପାଳନ ପାଇଁ ବିଭିନ୍ନ ନିଷ୍ଣରି ନିଆଯାଇଥିଲା । କୌଣସି ପୂଜାମଣ୍ଡପରେ ଜନ ସମାବେଶ ହେବ ନାହିଁ । ମୂର୍ଭର ଉଚ୍ଚତା ୪ ଫୁଟରୁ ଅଧ୍ୟକ ହେବ ନାହିଁ । ମେଢ଼ର ତିନିପାଖ ଆବଦ୍ଧ ରହିବ । ଉସୁକତାର ସହିତ ବଡ଼ ଧରଣର କି ଯାକଜକମରେ ପୂଜା କରାଯାଇପାରିବ ନାହିଁ । ଡ଼ାକବାଜି ଯନ୍ତ୍ର ବାଜିବ ନାହିଁ, କି ଯାତ୍ରା କି କୌଣସି ସଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ ।ନିରାଡ଼ମ୍ବର ଭାବେ ପୂଜା କରାଯିବ । ପୂଜା ମଣ୍ଡପ ପାଇଁ ସଂପୃକ୍ତ କର୍ଭପକ୍ଷଙ୍କ ଠାରୁ ଆୟୋଜକମାନେ ଅନୁମତି ଆଣିବେ। କୌଣସି ପ୍ରକାରେ ଭୋଜିଭାତର ମଧ୍ୟ ଆୟୋଜନ ହେବ ନାହିଁ ମ୍ୟୁନିପାଲିଟି ଦ୍ବାରା ପ୍ରସ୍ତୁତ କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ବିସର୍ଜନ ବେଳେ କୌଣସି ବାଦ୍ୟ ବାଜିବା ନାହିଁ କି ଶୋଭାଯାତ୍ରା ହେବ ନାହିଁ । ଆଗାମୀ କାଳୀପୂଜା ଅବସରରେ ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବନ୍ଦ କରାଯାଇଥିବାରୁ ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ବୈଠକରେ ସୂଚନା ଦିଆ ଯାଇଥିଲା । ଘଟରୋଳନ ପାଇଁ ସାଳନ୍ଦୀ ନଦୀର ରାଜଘାଟ ଓ ସନ୍ତିଆ ଘାଟରେ ଥିବା ପକ୍କା ପାହାଚକୁ ସଫା କରାଯିବା , ବିସର୍ଜନ ପାଇଁ ତ୍ରିଶୁଳିଆ କୃତ୍ରିମ ପୋଖରୀ ନିକଟକୁ ଯିବା ପାଇଁ ଥିବା ରାସ୍ତାରୁ ଅଳିଆ ଆବର୍ଜନା ଉଠାଇ ସଫା କରିବା, ପୂଜା ଦିନ ୪ ତାରିଖ ରାତ୍ର ଘ୯ଟିକା ରୁ ୫ ତାରିଖ ସକାଳ ୬ ଟା ପର୍ୟ୍ୟନ୍ତ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବା, କେତେକ ଯାଗାରେ ରାସ୍ତା ମରାମତି କରାଯିବା ପାଇଁ ପୂଜା କମିଟି ମାନଙ୍କର କର୍ମକର୍ତ୍ତାମାନଙ୍କ ଅନୁରୋଧ କ୍ରମେ ସେସବୁ ଦିଗରେ ପଦକ୍ଷେପ ନିଆଯିବା ପାଇଁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଗତ ଗଣେଶ ପୂଜା, ଦୁର୍ଗାପୂଜା ପୂର୍ବପାଳନରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକୁ ମାନି ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ଭଦ୍ରକବାସୀ ପ୍ରଶାସନକୁ ଯେରି ସହଯୋଗର ହାତ ବଢ଼ାଇ ଆସିଛନ୍ତି, ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ କାଳୀପୂଜା ପାଳନରେ କର୍ମକର୍ତ୍ତା ଓ ଭଦ୍ରକବାସୀ ସେହିପରି ସହଯୋଗ କରିବାକୁ ଜିଲ୍ଲାପାଳ ବୈଠକରେ ଅନୁରୋଧ କରିଥିଲେ । ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନଙ୍କ ସହ ସଂପୃକ୍ତ ବିଭାଗୀୟ ଏବଂ ପୋଲିସ୍ ଅଧୁକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।






