Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ମହିଳା ବିଶ୍ୱକପ୍

by ସଞ୍ଜୟ ସ୍ୱାଇଁ
June 15, 2022
in Sports, State
କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ମହିଳା ବିଶ୍ୱକପ୍
72
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ବିଶ୍ୱକପ୍ ମ୍ୟାଚ । କଳିଙ୍ଗରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ମ୍ୟାଚ । ଭାରତର ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ । ଆସନ୍ତା ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । କଳିଙ୍ଗରେ ଖେଳ ହେବାକୁ ନେଇ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଫିଫା ୧୪ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ୱକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଣ୍ଟ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ୱକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ୍ଦ ଯୋଡ଼ିଛି । ଓଡ଼ିଶା ପ୍ରମୁଖ ଘରୋଇ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଯଥା ଆଇଏସଏଲ, ଆଇ-ଲିଗ୍, ଇଣ୍ଡିଆନ ସୁପର କପ୍ ଓ ଇଣ୍ଡିଆନ୍ ଓମେନ୍ସ ଲିଗ୍ ଆଦି ଆୟୋଜନ କରିଛି । ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ । ଏହି ମ୍ୟାଚଗୁଡ଼ିକ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବ । ଏହି ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ ଅକ୍ଟୋବର ୨୧ ଓ ୨୨ରେ ଓ ସେମିଫାଇନାଲ ମ୍ୟାଚ ଅକ୍ଟୋବର ୨୬ରେ ଖେଳାଯିବ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!