Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ତାଲା ଚାବି କେନ୍ଦ୍ର ପାଖରେ

by ସଞ୍ଜୟ ସ୍ୱାଇଁ
March 3, 2021
in Planning and Development, State
ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ତାଲା ଚାବି କେନ୍ଦ୍ର ପାଖରେ
475
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୃଷି ଓ କୃଷକମାନଙ୍କର ଉନ୍ନତି ନିମନ୍ତେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମନ ନିଧି ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟ ସରକାର କାଳିଆ ଯୋଜନାରେ ୫୩.୫୫ଲକ୍ଷ କୃଷକଙ୍କୁ ସାମିଲ କରିଛନ୍ତି । ଏହାମଧ୍ୟରେ କ୍ଷୁଦ୍ର, ନାମମାତ୍ର ଚାଷି ଓ ଭୂମିଚାଷିଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି । ରାଜ୍ୟ ସରକାରଙ୍କର କାଳିଆ ଯୋଜନାରେ ଯେଉଁ ଚାଷିମାନେ ଅର୍ନ୍ତଭୁକ୍ତ ହେଉଛନ୍ତି, ସେମାନେ ସଠିକ୍ ସମୟରେ ନିଜର ବ୍ୟାଙ୍କ ଖାତାରେ କାଳିଆ ଯୋଜନା ସହାୟତା ରାଶି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନେକ ବ୍ୟକ୍ତିକ୍ରମ ଦେଖିବାକୁ ମିଳିଛି । ମୁଖ୍ୟତଃ ରାଜ୍ୟ ସରକାରଙ୍କ ଯେଉଁଭଳି ଭାବେ ବୈଶୟୀକ ଜ୍ଞାନକୌଶଳ ଅବଲମ୍ବନ କରି କାଳିଆ ଯୋଜନା ପୋର୍ଟାଲରେ ଚାଷିମାନଙ୍କୁ ଅର୍ନ୍ତଭୁକ୍ତ କରାଯାଉଛି ଏବଂ ନକଲି ଚାଷିଙ୍କୁ ମଧ୍ୟ ବାଦ୍ କରାଯାଇ ପାରୁଛି । ଯାହାଦ୍ୱାରା କି ରାଜ୍ୟର ପ୍ରକୃତ ଚାଷି କାଳିଆ ଯୋଜନାରେ ସାମିଲ ହୋଇପାରୁଛନ୍ତି । ରାଜ୍ୟ ସରକାର କାଳିଆ ଯୋଜନାରେ ଯେଉଁ ବୈଶୟୀକ ଜ୍ଞାନ ପ୍ରୟୋଗ କରିଛନ୍ତି, କେନ୍ଦ୍ର ସରକାର ଯଦି ସେହିଭଳି ପନ୍ଥା ଅବଲମ୍ବନ କରନ୍ତି ତେବେ ରାଜ୍ୟ ସମସ୍ତ ଚାଷି ପ୍ରଧାନମନ୍ତ୍ରୀ କିଷାନ ସମ ନିଧି ଯୋଜନାରେ ସଂପୃକ୍ତ ହୋଇପାରନ୍ତେ । କେନ୍ଦ୍ର ସରକାରଙ୍କ ବୈଶୟୀକ ତୃଟି ପାଇଁ ରାଜ୍ୟର ଅନେକ ଚାଷି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରୁ ବାଦ୍ ପଡିଛନ୍ତି । ରାଜ୍ୟ ସରକାର ତଳସ୍ତରରୁ ସର୍ଭେ କରି ଯେଉଁଭଳି ଭାବେ କାଳିଆ ଯୋଜନାରେ ସାମିଲ କରିଛନ୍ତି, ଏହାକୁ କେନ୍ଦ୍ର ସରକାର ଅନୁସରଣ କରି ଯଦି ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅର୍ନ୍ତଭୁକ୍ତ କରନ୍ତେ ତେବେ ଏହି ଯୋଜନାରୁ ଚାଷିମାନେ ସୁବିଧା ସୁଯୋଗ ପାଇପାରନ୍ତେ । କେନ୍ଦ୍ର ସରକାର ନିଜ ହାତରେ ତାଲା ଚାବି ରଖି ଯେଉଁ ଚାଷିଙ୍କୁ ଚାହିଁଲେ କାଟିଲେ ଏବଂ ଯୋଡିଲେ । ଯାହାଦ୍ୱାରା କି ପ୍ରକୃତ ଚାଷି ଏହି ଯୋଜନାରୁ ବଞ୍ôଚତ ହେଉଛନ୍ତି । ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ କେନ୍ଦ୍ର ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖିଛନ୍ତି । ମୁଖ୍ୟତଃ ପ୍ରକୃତ ଚାଷିମାନେ ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ସମନ ନିଧି ଯୋଜନାରେ ସାମିଲ ହୋଇପାରିବେ ଓ ସେମାନେ ସ୍ୱାବଲମ୍ବି ହୋଇପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମନ୍ତ୍ରୀ ଡ଼ ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!