Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ, କହିଲେ କାଳିଆ ବିନା ମୁକ୍ତି ନାହିଁ

by ସଞ୍ଜୟ ସ୍ୱାଇଁ
October 21, 2021
in State
ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ, କହିଲେ କାଳିଆ ବିନା ମୁକ୍ତି ନାହିଁ
73
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ହବିଷ୍ୟାଳିଙ୍କ ଗହଳିରେ ବଡ଼ଦାଣ୍ଡ ଫାଟି ପଡ଼ିବା କଥା। ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଏବେ ପୁରୀରେ ଭିଡ଼ ଜମାଇଥାନ୍ତେ। କିନ୍ତୁ କରୋନା ମହାମାରୀ ପାଇଁ ଏଥରର ବଡ଼ଦାଣ୍ଡ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ସବୁ ବର୍ଷ କାର୍ତ୍ତିକ ଆରମ୍ଭରୁ ହବିଷ୍ୟାଳିଙ୍କ କୋଳାହଳରେ ଫାଟି ପଡ଼ୁଥିବା ବଡ଼ଦାଣ୍ଡ ଏଥର କିନ୍ତୁ ଖାଁ ଖାଁ। ତଥାପି ଶ୍ରୀଜିଉଙ୍କ ପ୍ରତି ଭକ୍ତିଭାବେ କିଛି ହବିଷ୍ୟାଳିଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ର ପୁରୀକୁ। କିଏ ବନ୍ଧୁ ବାନ୍ଧବଙ୍କ ଘରେ ରହୁଛନ୍ତି ତ କିଏ ଘର ଭଡ଼ା ନେଇଛନ୍ତି । ସାଙ୍ଗରେ ଆଣିଛନ୍ତି ଟିକାର ଡବଲ ଡୋଜ୍ ପ୍ରମାଣ ପତ୍ର । ଆଶା ରଖିଛନ୍ତି ହବିଷ ପାଳନ ସହ ମାସକ ଯାକ ଶ୍ରୀଜିଉଙ୍କ ଦର୍ଶନ କରିବେ ଏବଂ ମହାପ୍ରସାଦ ପାଇବେ । ବୟାସାଧିକ ହେତୁ ହବିଷ୍ୟାଳିଙ୍କୁ ଗହଳି ଭିତରକୁ ପୁରୀ ଆସିବାକୁ ବାରଣ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। କିନ୍ତୁ ବୁଝୁନି ହବିଷ୍ୟାଳିଙ୍କ ମନ । ଏନେଇ କେତେକ ହବିଷ୍ୟାଳି କହିଛନ୍ତି, କାଳିଆ ଦର୍ଶନ ନ କଲେ ମୁକ୍ତି ନାହିଁ। କାଳିଆକୁ ଭରସା କରି ତାଙ୍କ ଦର୍ଶନ ପାଇଁ ଆସିଛୁ। ସେ ଯାହା ଚାହିଁବ ତାହା ହେବ । କରୋନା ପାଇଁ କାର୍ତ୍ତିକ ମାସରେ ଏଥର ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ବଡ଼ଦାଣ୍ଡରେ ଥିବା ଧର୍ମଶାଳା ଓ ଲଜ୍‌ରେ ହବିଷ୍ୟାଳିଙ୍କୁ ନ ରଖିବାକୁ ମଧ୍ୟ ତାଗିଦ କରିଛି ପ୍ରଶାସନ । ତେଣୁ ସବୁ ଲଜ୍ ଓ ଧର୍ମଶାଳା ଖାଁ ଖାଁ । ତେବେ କାର୍ତ୍ତିକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା ସହିତ ନୀତି ର୍ନିଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ଦିନ ଅଧିକ ଗହଳି ହେବାର ସମ୍ଭାବନା ଅଛି, ସେହି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏନେଇ ବାଗେଡ଼ିଆ ଧର୍ମଶାଳା ପରିଚାଳକ ପ୍ରସନ୍ନ ଛାଟୋଇ କହିଛନ୍ତି, ଗତବର୍ଷ ବି କରୋନା ପାଇଁ ଧର୍ମଶାଳା, ଲଜ ବନ୍ଦ ଥିଲା। ଏବର୍ଷ ବି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଆମେ ହବିଷ୍ୟାଳିଙ୍କ ପାଇଁ ଏହାକୁ ବନ୍ଦ ରଖିଛୁ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବଚନ୍ଦ୍ର ମହାପାତ୍ର କହିଛନ୍ତି, ପଞ୍ଚୁକରେ ଅଧିକ ଗହଳି ହେବାର ସମ୍ଭାବନା ରହିଛି। ଦର୍ଶନ ସୁନିୟନ୍ତ୍ରୀତ କରିବାକୁ ଜିଲ୍ଲାପାଳ ଆଲୋଚନା କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!