Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲରାପତରିଆ ଛାଲ ଜବତ

by ସଞ୍ଜୟ ସ୍ୱାଇଁ
April 12, 2025
in Crime, State
କଲରାପତରିଆ ଛାଲ ଜବତ
56
VIEWS
Share on FacebookShare on Twitter

ଖପ୍ରାଖୋଲ, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଯମୁନାପାଲି ଗାଁରେ ବନ ବିଭାଗ ଶୁକ୍ରବାର ସକାଳେ ଚଢ଼ଉ କରି କଲରାପତରିଆ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଯମୁନାପାଲି ଗାଁର କୈଳାସ କଠାର (୫୫)। ସୂଚନା ଅନୁସାରେ, କୈଳାସ କଲରାପତରିଆ ଶିକାର କରି ଘରେ ଛାଲ ରଖିଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବଲାଙ୍ଗୀର ଏସିଏଫ୍ ମନୋଜ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ରେଞ୍ଜ ଅଧିକାରୀ ସୁନୀଲ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ତା’ ଘରେ ଚଢ଼ଉ କରିଥିଲେ। ସେଠାରୁ ୨୪୬ ସେମି ଲମ୍ବ ଓ ୫୧ ସେମି ଓସାରର କଲରାପତରିଆ ଛାଲ ଜବତ କରାଯାଇଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇଥିବାବେଳେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ମୃତ କଲରାପତରିଆର ବୟସ ୧୦ ବର୍ଷ ହେବ ବୋଲି ଜଣାଯାଇଛି। ଚଢ଼ଉରେ ଖପ୍ରାଖୋଲ ବନପାଳ ସୁଧୀର ଜେନା, ରେଙ୍ଗାଲି ବନପାଳ ବିପିନ ବିହାରୀ ସାହୁ, ବେନ୍ଦେର ବନପାଳ ସନ୍ଧ୍ୟାରାଣୀ ସେଠ, ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ବନରକ୍ଷୀ ସଞ୍ଜୀବ ପଧାନ, ଉମାବତୀ ଭୁଇ, ସଞ୍ଜୀବ ନାଏକ, ମଞ୍ଜୁ କୁମ୍ଭାର ପ୍ରମୁଖ ସାମିଲ ହୋଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!