କଳାହାଣ୍ଡି,(ବାଘୁଆବାର୍ତ୍ତା): କିଛିଦିନ ତଳେ ଜଣେ କଳା ଶିକ୍ଷକଙ୍କ କଳାକାରନାମା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ଆଉ ଜଣେ ବଧୂକନ୍ୟାଙ୍କ କଳାକାରନାମା କରିଥିବା ଜଣାପଡିଛି । ଯାହା ଫଳରେ ବଧୂକନ୍ୟାଙ୍କ ସହିତ ୩ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ବଧୂକନ୍ୟା ଜଣକ ବଡ଼ ବଡ଼ିଆଙ୍କୁ ଦେଖି ଟାର୍ଗେଟ କରୁଥିଲା । ପ୍ରଥମେ ବିବାହ ପ୍ରସ୍ତାବ ଦେଉଥିଲା । ଦଲାଲ ସାଜୁଥିଲେ, କନ୍ୟାର ବାପା, ମାଆ ମାମୁଁ ଇତ୍ୟାଦି । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଅଞ୍ଚଳରେ । କନ୍ୟା ଜଣକ ହାତରେ ମେହେନ୍ଦି ଲଗଉଥିଲା । କନ୍ୟା ଘରେ ବାଜୁଥିଲା ସାହାନାଇ, ହେଉଥିଲା ଭୋଜିଭାତ । ସତ ସତିକା ବେଦିରେ ବସି ମିଛରେ ନାଉଥିଲା ସିନ୍ଦୂର, ପିନ୍ଧୁଥିଲା ଶଙ୍ଖା । ପଡୁଥିଲା ହାତଗଣ୍ଠି, ଜଳୁଥିଲା ହୋମ ନିଅାଁ । ହୋମ ନିଆଁକୁ ଶାଖି ରଖି ସାତ ଜନମ ପାଇଁ କନିଆ ସାଜୁଥିଲା । କିନ୍ତୁ କିଛିମାସ ଗଲା ପରେ ଉକ୍ତ ଘରେ କଳାକନା ବୁଲାଇ ବିଭିନ୍ ବାହାନା ଦେଖାଇ ଖସି ଆସୁଥିଲା । ଏମିତି ଥରେ ନୁହେଁ କି ଦୁଇ ଥର ନୁହେଁ, ବେଦିରେ ବସି ଚାରି ଚାରି ଥର ବିବାହ କରିଛି ଦଲାଲ ବଧୂକନ୍ୟା । ଏଭଳି ଘଟଣା ଜଣାପଡିବା ପରେ ରାମପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ କଳାହାଣ୍ଡି ପୁଲିସ ଏହାର ତଦନ୍ତ କରି ଆଜି ଉକ୍ତ ଦଲାଲ୍ ବଧୂକନ୍ୟା ଗ୍ୟାଙ୍ଗକୁ ଗିରଫ୍ କରିବାରେ ସହୟାକ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ନାୟୀକା ବଧୂକନ୍ୟା ସହିର ସୁନ୍ଦରଗଡ଼ର ଏଲି. ମହନ୍ତ, କ ।ବାଞ୍ଜିର ବିରବଲ ଶର୍ମା, ଛତିଶଗଡ଼ ମହାସମୁନ୍ଦ ଅ ଳର ମିନା ଗୁପ୍ତା ଓ ବିଳାସପୁର ଅ ଳର ଶବଚ୍ଚ ସୋନିଙ୍କୁ ଆଜି ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।





