Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳାହାଣ୍ଡି କପ୍ କ୍ରିକେଟ୍ ଲିଗ୍, ଭଦ୍ରକ ‘ଗୃପ-ଏଫ୍’ ଚମ୍ପିୟନ୍

by ସଞ୍ଜୟ ସ୍ୱାଇଁ
April 4, 2025
in Sports, State
କଳାହାଣ୍ଡି କପ୍ କ୍ରିକେଟ୍ ଲିଗ୍, ଭଦ୍ରକ  ‘ଗୃପ-ଏଫ୍’ ଚମ୍ପିୟନ୍
73
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ୦୪.୦୫.୨୫ : ଇତିହାସ ରଚିଲା ଭଦ୍ରକ। ଲଗାତାର ଚତୁର୍ଥ ବର୍ଷ ପାଇଁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହିତ ଭଦ୍ରକ ଗୃପଚମ୍ପିୟନ୍। ରାଜ୍ୟର ମର୍ଯ୍ୟାଦାଜନକ କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ‘ଗୃପ-ଏଫ୍’ ରେ ସ୍ଥାନିତ ଭଦ୍ରକ, ମାର୍ଚ୍ଚ ୨୭ ତାରିଖରେ ତାର ଅଭିଯାନ ଆରମ୍ଭ କରିଥିଲା ଓ ପ୍ରଥମ ମ୍ୟାଚ୍ ରେ କିଟ୍ ବିଶ୍ବବିଦ୍ୟାଳୟ କୁ ୮ ଓ୍ବିକେଟ୍ ରେ ପରାସ୍ତ କରିଥିଲ। ମାତ୍ର ୬ ରନ୍ ବିନିମୟରେ ୪ ଟି ଓ୍ବିକେଟ୍ ଅଧିକାର କରି ବିଜୟର ସାରଥୀ ସାଜିଥିବାରୁ ଅଧିନାୟକ କ୍ଷମାସାଗର ବଳ ଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ଦଳ ପାଇଁ ସାହିଲ୍ ଖାନ୍ ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିଲେ। ଦ୍ବିତୀୟ ମ୍ୟାଚ୍ ରେ ଭଦ୍ରକ ସମ୍ବଲପୁର ଠାରୁ ପରାଜୟ ବରଣ କରିଥିଲା। ସମ୍ବଲପୁର ୨୩୨ ରନ୍ ସଂଗ୍ରହ କରିଥିବା ବେଳେ ଭଦ୍ରକ ୧୮୯ ରନ୍ ସଂଗ୍ରହ କରି ୪୩ ରନ୍ ପଛରେ ରହିଯାଇଥିଲା। ତୃତୀୟ ମ୍ୟାଚ୍ ରେ ଭଦ୍ରକ ୬ ଓ୍ବିକେଟ୍ ବିନିମୟରେ ରାୟଗଡ଼ା କୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ ରେ ଅଧିନାୟକ କ୍ଷମାସାଗର ବଳ ୨୦ ରନ୍ ବିନିମୟରେ ୩ ଟି ଓ୍ବିକେଟ୍ ଓ ବ୍ୟାଟିଂ କରି ୫୨ ରନ୍ ସଂଗ୍ରହ କରିଥିବାରୁ ପୁଣି ଥରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବେ ପୁରସ୍କୃତ ହୋଇଥିଲେ। ଚତୁର୍ଥ ମ୍ୟାଚ୍ ରେ ଭଦ୍ରକ ଶକ୍ତିଶାଳୀ କଟକ-‘ବି’ କୁ ୬ ଓ୍ବିକେଟ୍ ରେ ପରାସ୍ତ କରିଥିଲା। ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବେ ଭଦ୍ରକର କିଶନ୍ ମନୋହର ମହାନ୍ତି ଙ୍କୁ ପୁରସ୍କୃତ କରାଯାଇଥିଲା। ପଞ୍ଚମ ମ୍ୟାଚ୍ ରେ ଭଦ୍ରକ ଦୁଇ ଓ୍ବିକେଟ୍ ରେ ଗଞ୍ଜାମ କୁ ପରାସ୍ତ କରିଥିଲା। ଦଳ ତରଫରୁ ଆକାଶ ମହାପାତ୍ର ୯୩ ରନ୍ ସଂଗ୍ରହ କରି ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ଏପ୍ରିଲ୍ ୩ ତାରିଖ ଦିନ ଖେଳାଯାଇଥିବା ଷଷ୍ଠ ଓ ଅନ୍ତିମ ଲିଗ୍ ମ୍ୟାଚ୍ ରେ ଭଦ୍ରକ ୨୭ ରନ୍ ବ୍ୟବଧାନରେ ଢେଙ୍କାନାଳ କୁ ପରାସ୍ତ କଲା। ମାତ୍ର ୩୬ ରନ୍ ବିନିମୟରେ ୪ ଟି ଓ୍ବିକେଟ୍ ର ଅଧିକାରୀ ଅଧିନାୟକ କ୍ଷମାସାଗର ବଳ ତୃତୀୟ ଥର ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଗ୍ରହଣ କରିଥିଲେ। ଏହି ବିଜୟ ସହିତ ଭଦ୍ରକ ଗ୍ରୁପ୍ ଚମ୍ପିୟନ୍ ହେବା ସହିତ ଆସନ୍ତା ୬ ତାରିଖ ଦିନ କଟକ ‘ଏ’ ବିପକ୍ଷରେ କ୍ବାର୍ଟର ଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି। କ୍ରମାଗତ ଚାରିବର୍ଷ ଧରି ଭଦ୍ରକ ଗ୍ରୁପ୍ ଚମ୍ପିୟନ୍ ହେବାର ଗୌରବ ଅର୍ଜନ କରି ଓଡିଶା କ୍ରିକେଟ୍ ରେ ନିଜର ଦବଦବା ଜାହିର୍ କରିଥିବାରୁ ଭଦ୍ରକ ର କ୍ରୀଡା ଜଗତରେ ଆନନ୍ଦର ଲହରୀ ଖେଳିଯାଇଛି। ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସମ୍ପାଦକ ଧୀରେନ୍ ପଲାଇ, ସଭାପତି ଉପେନ୍ଦ୍ର କୁମାର ବାରିକ ଓ ପରିଚାଳନା ସମିତିର ସଦସ୍ୟ ମାନେ ‘ଟିମ୍ ଭଦ୍ରକ’ର କୋଚ୍ ତଥା ମ୍ୟାନେଜର୍ ଅସିତ ଦାସ, ଅଧିନାୟକ ତଥା ସମସ୍ତ କ୍ରିକେଟର୍ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!