Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଳବୈଶାଖୀ ତାଣ୍ଡବରେ ଥରିଲା ରାଜଧାନୀ

by ସଞ୍ଜୟ ସ୍ୱାଇଁ
April 29, 2025
in State
କାଳବୈଶାଖୀ ତାଣ୍ଡବରେ ଥରିଲା ରାଜଧାନୀ
136
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୁ ସୁ ପବନ ସାଙ୍ଗକୁ ବିଜୁଳି ଘଡ଼ଘଡ଼ିରେ ଥରି ଉଠିଲା ରାଜଧାନୀ । ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଲା । ରାସ୍ତାରେ ଟ୍ରାଫିକ୍ଜାମ ଲୋକଙ୍କୁ ନାକେଦମ କଲା । ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଗଲା, ତାର ଛିଣ୍ଡିଲା । ଅଧା ରାଜଧାନୀ ଅନ୍ଧାର ହୋଇଗଲା । ସୋମବାର ରାତିରେ କାଳବୈଶାଖୀର ତାଣ୍ଡବରେ ଛିନ୍ନଛତ୍ର ହୋଇଗଲା ଅଧା ରାଜଧାନୀ । ଭୁବନେଶ୍ୱରରେ ସୋମବାର ସକାଳୁ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ହେଲେ ସନ୍ଧ୍ୟାରେ ପାଗ ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା । ଅପରାହ୍ନ ପ୍ରାୟ ୬ଟା ବେଳେ ଭୁବନେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା । ପ୍ରାୟ ୧ ଘଣ୍ଟା ଧରି ପ୍ରବଳ ବର୍ଷିଥିଲା । ପବନର ବେଗ ପାଖାପାଖି ୫୫ରୁ ୬୦ କିମି ରହିଥିଲା । ବର୍ଷା ଯୋଗୁଁ ପୁରା ଭୁବନେଶ୍ୱର ଠପ୍ ହୋଇଯାଇଥିଲା। ପବନରେ ଏଜିରୁ ରାଜମହଲ ଛକ ରାସ୍ତାରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା । ଫଳରେ ରାଜଭବନ ଅଭିମୁଖେ ଯାଉଥିବା ଗାଡ଼ି ଗୁଡ଼ିକ ଅଟକି ରହିଥିଲା । ଟ୍ରାଫିକ୍ ପୁଲିସ ପକ୍ଷରୁ ରାସ୍ତାକୁ କ୍ୟାପିଟାଲ ହସ୍ପିଟାଲ-ଶିଶୁଭବନ ଦେଇ ଡାଇଭର୍ଟ କରାଯାଇଥିଲା। ସେହିପରି ବରମୁଣ୍ଡା -ନୂଆ ଏୟାରପୋର୍ଟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ ବରମୁଣ୍ଡା ରାସ୍ତାରେ ଗମନାଗମନ ଠପ୍ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ରାସ୍ତାରେ ଗଛ ଉପୁଡିଥିଲା । ସଚିବାଳୟ ଅଗ୍ନିଶମ ବାହିନୀ ପକ୍ଷରୁ ଟିମ୍ ସେଠାରେ ପହଞ୍ଚି ଗଛକାଟି ରାସ୍ତା ସଫା କରିଥିଲେ । ଏହା ସହ ୟୁନିଟ୍-୮ ଓଏମ୍ସି କଲୋନୀ, ଡେଲଟା ଛକ, ନୂଆପଲ୍ଲୀ, ୟୁନିଟ୍-୬ ସରକାରୀ ବିଦ୍ୟାଳୟ ପାଖରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା । ପବନ ଯୋଗୁଁ ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେଣ୍ଟ୍ରାଲ ଭୁବନେଶ୍ୱରର ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା କୃଷ୍ଣଚୂଡା ଗଛ ୧୧ କେଭି ତାର ଉପରେ ପଡ଼ିଯିବାରୁ ସୂର୍ଯ୍ୟନଗର ଏବଂ ଅନ୍ୟ ଅଞ୍ଚଳ ଅନ୍ଧକାର ହୋଇଯାଇଥିଲା । ଓୟୁଏଟି ଅଞ୍ଚଳରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିବାରୁ ଲାଇନ୍ କଟିଥିଲା । ଫଳରେ ଓୟୁଏଟି, ଶିରିପୁର, ଗଙ୍ଗନଗର ଅଞ୍ଚଳରେ ଲାଇନ୍ କଟିଯାଇଥିଲା । ସେହିପରି ସୁନ୍ଦରପଦା, ଧଉଳି, ପୁରୁଣା ଭୁବନେଶ୍ୱର ସମେତ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ବାରଙ୍ଗ ଏବଂ ଅନ୍ୟ ଅଞ୍ଚଳରେ ଲାଇନ୍ କଟିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଇନ୍ ଆସିନଥିଲା । କାଳବୈଶାଖୀରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ଡମଣା, ପଟିଆ, କାନନ ବିହାର, ଶିଖରଚଣ୍ଡୀ, ପ୍ରଶାନ୍ତି ବିହାର, ନନ୍ଦନ ବିହାର ଇତ୍ୟାଦି ଅଞ୍ଚଳରେ ବିଶେଷ ଅସୁବିଧା ଦେଖା ଦେଇଥିଲା । ସେହିପରି ସେକ୍ଟର ୧, ୨, ୩, ୪, ୫, ଶୈଳଶ୍ରୀବିହାର, ଡମଣା ଶୈଳଶ୍ରୀବିହାର ରାସ୍ତା, ଜୟଦେବ ବିହାର ନନ୍ଦନକାନନ ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ମା ମଙ୍ଗଳା ବସ୍ତିରେ ଥିବା ଏକ ଘର ଉପରେ ଆମ୍ବ ଗଛ ଉପୁଡ଼ି ପଡ଼ିଥିଲା । ଫଳରେ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସେହିପରି ନୀଳାଦ୍ରି ବିହାର ବୁଦ୍ଧ ପାର୍କ ସମ୍ମୁଖରେ ଏକ ବିରାଟକାୟ ଗଛ ଭାଙ୍ଗି ଯିବାରୁ ରାସ୍ତା ଅବରୋଧ ହୋଇଥିଲା । ଏହାର ଏକ ଶାଖା ଭାଙ୍ଗି କାର ଉପରେ ପଡ଼ିବାରୁ କାରର କାଚ ଭାଙ୍ଗିଯିବା ସହିତ କାରଟି କ୍ଷତିଗ୍ରସ୍ତ ହୋଇଛି । ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଓ ଥାନା ପୁଲିସ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ । ନୀଳାଦ୍ରି ବିହାର ବ୍ରିଜ ପାଖରେ ଦୋକାନଗୁଡ଼ିକରେ ପାଣି ପଶିଯାଇଥିଲା । ବିଭିନ୍ନ ବସ୍ତିରେ ଆଜବେଷ୍ଟସ ଓ ଟିଣ ଉଡାଇ ନେବାରୁ ଘରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!