ବାଙ୍ଗିରିପୋଷି, (ବାଘୁଆବାର୍ତ୍ତା): ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ। ଗତ ଗୁରୁବାର ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ହୋଇଥିବା କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତାଙ୍କ ସହିତ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ଥିବା ଜଣାପଡ଼ିଛି। ମନ୍ତ୍ରୀ ପୂଜାରୀ ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସି ୧୦:୩୦ ରେ ବାଙ୍ଗିରିପୋଷି ମିନିଷ୍ଟାଡିୟମ ଠାରେ ଅବତରଣ କରିଥିଲେ। ୧୦.୪୦ ରେ ସଡକ ପଥରେ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁଙ୍କ ସହ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ପ୍ରମୁଖ କ୍ଷତିଗ୍ରସ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କରିବା ସହ ଦୁଃଖ ସମୟରେ ରାଜ୍ୟ ସରକାର ସାଙ୍ଗରେ ରହିଥିବା ମନ୍ତ୍ରୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ । ପରେ ବାଙ୍ଗିରିପୋଷି ରୁ ବିଶୋଇ ବ୍ଲକ ଅଭିମୁଖେ ବାହାରିବେ। ବିଶୋଇ ବ୍ଲକ ପହଞ୍ଚି କ୍ଷତିଗ୍ରସ୍ତ ଗାଁ ଗୁଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଦିନ ୧ ଟା ରେ ବ୍ଲକ ପରିସର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ୨ ଟାରେ ଭୁବେନେଶ୍ୱର ଅଭିମୁଖେ ଯାତ୍ରା କରିବେ।