Saturday, August 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଜୁ ଚାଷ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସମ୍ମାନିତ

by ସଞ୍ଜୟ ସ୍ୱାଇଁ
March 4, 2021
in Feature News
କାଜୁ ଚାଷ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସମ୍ମାନିତ
67
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କାଜୁ ଚାଷରେ ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁ ଓଡ଼ିଶା କାଜୁ ନିଗମ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଗୋଆର ପାଣାଜୀଠାରେ ଭାରତ ସରକାରଙ୍କ କୃଷି ଓ ସମବାୟ ବିଭାଗ ଏବଂ କୋଚିସ୍ଥିତ କାଜୁ ଓ କୋକୋଆ ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଆଲୋଚନଚକ୍ର ଓ ଜାତୀୟ ସ୍ତରୀୟ ସମ୍ମିଳନୀ ଅବସରରେ ଓଡ଼ିଶାକୁ ସମ୍ମାନିତ କରାଯାଇଥିଲା । କାଜୁ ଚାଷର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ ଓ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ସଂପ୍ରତି କାଜୁ ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ତୃତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାରେ ସମୁଦାୟ ୨ ଲକ୍ଷ ୧୩ ହଜାର ହେକଫର ଜମିରେ କାଜୁ ଚାଷ ହେଉଥିବାବେଳେ ଏଥିରୁ ବାର୍ଷିକ ୧,୧୫,୧୮୮ ମେଟି୍ରକ୍‌ ଟନ କାଜୁ ମଞ୍ଜି ଉତ୍ପାଦନ ହେଉଅଛି ଏବଂ ହେକଫର ପିଛା ଉତ୍ପାଦନ ହାର ୯୭୦ କିଲୋଗ୍ରାମ ରହିଛି । କାଜୁ ଉନ୍ନୟନ ନିଗମର ବିଭିନ୍ନ ନର୍ସରୀରୁ ୨୦୨୦-୨୧ ବର୍ଷରେ ପ୍ରାୟ ୩୨ ଲକ୍ଷ କାଜୁ କଲମୀ ଚାରା ଉତ୍ପାଦନ ହୋଇଛି । ସର୍ବାଧିକ ଜମିରେ କାଜୁଚାଷ କରିବା ଏବଂ ସର୍ବାଧିକ ସଂଖ୍ୟକ କାଜୁ କଲମୀ ଚାରା ଉତ୍ପାଦନ କରିବାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଦୁଇଦିନିଆ ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା, ଅର୍ଥ ପରିଚାଳକ ଶ୍ରୀ ପ୍ରତାପଚନ୍ଦ୍ର ସାହୁ, କ୍ଷେତ୍ର ପରିଚାଳକ ଶ୍ରୀ ରବି ସେଠୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. କଣ୍ଡୁରୀ ଚରଣ ବାରିକ ଏବଂ ଡ. ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ରାଜ୍ୟରୁ କାଜୁ ବିଶେଷଜ୍ଞ, ଅଗ୍ରଣୀ ଚାଷୀ ଏବଂ ଯୁବ କୃଷି ଉଦ୍ୟୋଗୀ ଯୋଗଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!