Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଫିଆ କାଜଲଙ୍କ ୮୦ କୋଟିର ବଙ୍ଗଳା ଦେଖି ତାଜୁବ ପୋଲିସ

by ସଞ୍ଜୟ ସ୍ୱାଇଁ
January 6, 2024
in Crime, NATIONAL NEWS
ମାଫିଆ କାଜଲଙ୍କ ୮୦ କୋଟିର ବଙ୍ଗଳା ଦେଖି ତାଜୁବ ପୋଲିସ
248
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମାଫିଆ କାଜଲ ଝା ଦିଲ୍ଲୀରେ ୮୦ କୋଟି ଟଙ୍କାର ବଙ୍ଗଳା ନିର୍ମାଣ କରିଥିଲେ । କାଜଲ ଝାର ଏହି ୮୦ କୋଟି ଟଙ୍କା ମୂଲ୍ୟର ବଙ୍ଗଳାକୁ ଏବେ ନୋଏଡା ପୋଲିସ ସିଲ୍ କରିଦେଇଛି । କାଜଲ ଝା ହେଉଛି ଏକ ମାଫିଆ ଯିଏ ଗ୍ୟାଙ୍ଗଷ୍ଟର ରବି କାନାର କଳା ବ୍ୟବସାୟକୁ ପରିଚାଳନା କରୁଥିଲା । ନୋଏଡା ପୋଲିସ ବର୍ତ୍ତମାନ ରବି କାନାଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ନେବାରେ ବ୍ୟସ୍ତ ଅଛି । ସ୍କ୍ରାପ୍ ମାଫିଆ ରବି କାନାଙ୍କ ବ୍ୟବସାୟରେ ସହାୟତା କରନ୍ତି କାଜଲ ଝା । ସେ ଗ୍ୟାଙ୍ଗଷ୍ଟର ରବିଙ୍କ କମ୍ପାନୀର ନିର୍ଦ୍ଦେଶକ ଭାବେ ମଧ୍ୟ କାର‌୍ୟ୍ୟ କରୁଥିଲେ । ମାଫିଆ ରବି ବିରୋଧରେ ଗ୍ୟାଙ୍କରେପ୍ ମାମଲାର କାର‌୍ୟ୍ୟାନୁଷ୍ଠାନ ଚାଲିଥିବା ବେଳେ ମାଫିଆ ରବି ଏବେ ଫେରାର୍ ଅଛି । ପୋଲିସ ତାକୁ ଖୋଜିବାରେ ଲାଗିଛି । ଏହାସହ ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିକୁ ମଧ୍ୟ ନୋଏଡା ପୋଲିସ ସିଲ୍ କରିବାରେ ଲାଗିଛି । ନୋଏଡା ପୋଲିସ ମାଫିଆ ରବିର ପତ୍ନୀ ସହ ଅନ୍ୟ ୧୬ ଜଣଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଅଧିନରେ ମାମଲା ରୁଜୁ କରିଛି । ଏବେ ପର‌୍ୟ୍ୟନ୍ତ ପୋଲିସ ରବିର ୧୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଥିବା ସୂଚନା ରହିଛି । ଡିସେମ୍ବର ୩୦ରେ ଜଣେ ମହିଳା ରବି କାନା ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ଗ୍ୟାଙ୍ଗରେପ ମାମଲା ଥାନାରେ ରୁଜୁ କରିଥିଲେ । ଏହି ମାମଲାରେ ପୋଲିସ କାର‌୍ୟ୍ୟାନୁଷ୍ଠାନ କରି ୩ ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ହେଲେ ରବି ସହିତ ଅନ୍ୟ ୨ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ବିଟା ୨ ପୋଲିସ ଷ୍ଟେସନରେ ରବି କାନା ଓ ତାର ପତ୍ନୀ ସମେତ ଅନ୍ୟ ୧୬ ଜଣଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ କରି କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଏହାରି ଭିତରେ ପୋଲିସ ମାଫିଆ ରବିର ବିଭିନ୍ନ ଠିକଣାରେ ଚଢାଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏବଂ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଅବସ୍ଥିତ କୋଠା ଉପରେ ଚଢାଉ କରି ତାହାକୁ ଜବତ କରିଛି । ଏହି କୋଠାର ଆନୁମାନିକ ମୂଲ୍ୟ ୮୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ବଙ୍ଗଳାରେ ମାଫିଆ କାଜଲ ଝା ରହୁଥିଲେ । ପୋଲିସ ରବିର ଘର ଉପରେ ଚଢାଉକରିଥିଲା । ଏବଂ ଇକୋଟେକ୍ ଅଂଚଳରେ ୫ କୋଟି ଟଙ୍କା ମୂଲ୍ୟର ସ୍କ୍ରାପ୍ ଏବଂ ୩୦ କୋଟି ଟଙ୍କାର ଜମି ଜବତ କରିଛି ଓ ବିସ୍ରାକର ଚେରି କାଉଣ୍ଟି ଅଂଚଳରେ ୫୦୦୦ ଗଜ ଜମି ମଧ୍ୟ ସିଲ୍ କରାଯାଇଛି । ଏହା ବ୍ୟତିତ ୨୦ ଟି ଖାଲି ଟ୍ରକ୍ ଏବଂ ସ୍କ୍ରାପ୍ ସହିତ ଲୋଡ ଥିବା ଦୁଇଟି ଟ୍ରକ୍ ଯାହାର ମୂଲ୍ୟ ୫ କୋଟି ଟଙ୍କା କୁହାଯାଉଛି, ତାହା ଉପରେ ମଧ୍ୟ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୦ ଲକ୍ଷ ଟଙ୍କା ମୂଲ୍ୟର ୨୦୦ ଟନ୍ ସ୍କ୍ରାପ୍ ଓ ରଡ ମଧ୍ୟ ପୋଲିସ ଜବଦ କରିଛି । ଏବଂ ୬୦ ଟି ବଡ ଗାଡିକୁ ମଧ୍ୟ ସିଲ୍ କରାଯାଇଛି । ବର୍ତ୍ତମାନ ମାଫିଆ ରବି ଫେରାର ଅଛି ତାକୁ ଧରିବା ପାଇଁ ପୋଲିସ ନିଜର ପ୍ରାଣବଳେ ଚେଷ୍ଟା କରୁଛି । ପୋଲିସ ଏହା ମଧ୍ୟ କହିଛି ଯେ ରବି କାନା ବେଆଇନ ଭାବରେ ଅର୍ଜନ କରିଥିବା ସମ୍ପତ୍ତିର ଯାଂଜ କରାଯାଉଛି ଏବଂ ପୋଲିସ ତାର କାର‌୍ୟ୍ୟାନୁଷ୍ଠାନ ଜାରି ରଖିଛି । ହେଲେ କାଜଲ ଝା ରବି କାନାକୁ କିଭଳି କେଉଁ ପ୍ରକାରର ସହାୟତା କରୁଥିଲା ଯେଉଁ କାରଣରୁ ରବି କାଜଲକୁ ଏତେ ମୂଲ୍ୟର ବିଳାଶପୂର୍ଣ୍ଣ ବଙ୍ଗଳା ଦେଇଥିଲା ତାହା ଉପରେ ପୋଲିସ ଯାଂଚ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!