ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବାଲୁଗାଁ ପ୍ରମିୟର ଲିଗ୍ ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି । ୧୬ଟି ଟିମକୁ ନେଇ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟଫାଇନାଲ ମ୍ୟାଚରେ ଇଟାମାଟି ଏମ୍ଏନ୍ସିସି ଏବଂ କଇଥଗାଡ଼ିଆ କ୍ରିକେଟ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା । ଇଟାମାଟି ଏମଏନସିସି ଟଚ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ସମସ୍ତ ଉଇକେଟ୍ ହରାଇ ଇଟାମାଟି ଦଳ ୯୬ ରନ୍ ସଂଗ୍ରହ କରିଥିଲେ । ପରେ କଇଥଗାଡ଼ିଆ କ୍ରିକେଟ୍ କ୍ଲବ ଧୁଆଁଧାର ବ୍ୟାଟିଂ କରି ୩ଟି ଉଇକେଟ୍ ବିନିମୟରେ ବିଜୟୀ ହୋଇଥିଲେ । କଇଥଗାଡ଼ିଆ କ୍ରିକେଟ୍ କ୍ଲବ ଚାମ୍ପିୟାନ ଟ୍ରଫି ହାସଲ କରିଥିବା ସୂଚନା ମିଳିଛି ।

ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ । ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ ଓ ସମିତିସଭ୍ୟ କବିତା ନାୟକଙ୍କ ସହଯୋଗ ଓ ଉପସ୍ଥିତି କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିଥିଲା । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୫ ଦିନ ଧରି ଅନୁଷ୍ଠିତ ହେଉଥିଲା ।






