Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାବୁଲ ଏୟାରପୋର୍ଟରେ ଅଚାନକ ଗୁଳି ବର୍ଷା କରିବା ପରେ ଦୌଡ଼ିବା ସମୟରେ ଦଳଚକଟା ଘଟିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି

by ସଞ୍ଜୟ ସ୍ୱାଇଁ
August 22, 2021
in WORLD
କାବୁଲ ଏୟାରପୋର୍ଟରେ ଅଚାନକ ଗୁଳି ବର୍ଷା କରିବା ପରେ ଦୌଡ଼ିବା ସମୟରେ ଦଳଚକଟା ଘଟିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି
44
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବହୁ ସଂଖ୍ୟାର ଲୋକେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି। ଯେଉଁ କାରଣରୁ ବିପୁଳ ସଂଖ୍ୟାର ଲୋକ କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚୁଛନ୍ତି। ଏହାରି ‍‍‍ଭିତରେ ରବିବାର କାବୁଲ୍ ଏୟାରପୋର୍ଟ ନିକଟରେ ଘଟିଛି ବଡ଼ ଅଘଟଣ। ପ୍ରବଳ ଭିଡ଼ ଭିତରେ ଦଳାଚକଟା ହୋଇଛି, ଯେଉଁଥିରେ ୭ ଆଫଗାନିସ୍ତାନ ନାଗରିକଙ୍କର ମୃତ୍ୟୁ ହୋଇଛି। ବ୍ରିଟିଶ ସେନା ପକ୍ଷରୁ ଏହାର ସୂଚନା ଦିଆଯାଇଛି। କୁହାଯାଉଛି ଯେ ତାଲିବାନର କିଛି ଲୋକେ ଏୟାରପୋର୍ଟରେ ଅଚାନକ ଅତର୍କିତ ଗୁଳି ବର୍ଷା କରିଥିଲେ। ଯାହା ଭୟରେ ଭିଡ଼ ଭିତରେ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ। ଆଉ ଏହି ଦୌଡ଼ିବା ସମୟରେ ଦଳଚକଟା ଘଟିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ‘ତାଲିବାନ କବଳରୁ ରକ୍ଷା ପାଇଁ ଦେଶ ଛାଡ଼ି ପଳାଉଥିବା ଲୋକଙ୍କ ପାଇଁ ଏବେବି ବିପଦ ରହିଛି। ଏଭଳି ସ୍ଥିତିରେ ଏୟାରପୋର୍ଟରେ ସ୍ଥିତି ବହୁତ ଚ୍ୟାଲେଞ୍ଜିଂ ରହିଛି। କିନ୍ତୁ ଆମେ ସମସ୍ତେ ଏହାକୁ ସ୍ୱାଭାବିକ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛୁ। କାବୁଲ ଏୟାରପୋର୍ଟ ନିକଟରେ ଭିଡ଼ ଭିତରେ ଜୀବନ ହରାଇଥିବା ସେହି ୭ଜଣ ଆଫଗାନ୍ ନାଗରିକଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା’ ସୂଚନାଯୋଗ୍ୟ, କାବୁଲରେ ତାଲିବାନର କବଜା କରିବାର ଠିକ୍ ସପ୍ତାହକ ପରେ ରବିବାର ଆଫଗାନିସ୍ତାନର ରାଜଧାନୀ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି। ବିଶେଷକରି ମନ୍ତ୍ରାଳୟ, ପାସପୋର୍ଟ ବିଭାଗ ଓ ବ୍ୟାଙ୍କ ଭଳି ସରକାରୀ ଓ ପ୍ରାଇଭେଟ୍ କାର୍ୟ୍ୟାଳୟ ବନ୍ଦ ହେବା ଦ୍ୱାରା ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆମେରିକା ଓ ତା’ର ସହଯୋଗୀ ସପ୍ତାହେ ଧରି ବିପୁଳ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସଂଘର୍ଷ ଚଳାଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!