ପେଟ ହାଟ ନାଟ ଦରପୋଡା କାଠ
ଫୁଙ୍କି ଫୁଙ୍କି ଧରେ ନିଆଁ,
ଜୀବନ ଜଞ୍ଜାଳେ ପାଦ ଥାପୁ ଥାପୁ
ଉଠେ ମଶାଣି ରୁ ଧୂଆଁ,,
ପେଟ ହାଣ୍ଡି ଭାତ ମଶାଣିର ଗାତ
ବଳକା ମୁଠେ ପାଉଁଶ,
ଚୁଲି ଚାଳ ପରେ ଖୋସା ହୋଇଅଛି
ଭୋକିଲା ପେଟ ର ହସ,,
ଜଳିବା ଭିତରେ ଯନ୍ତ୍ରଣା ଜାଣିନି
ଚୁଲି ମୁହେଁ ପୋଡା କାଠ,
ଜଳିବା କୁ ନେଇ ମଣିଷ ଆଙ୍କୁଛି
ମଶାଣି ର ଚିତ୍ରପଟ୍ଟ,,
ସୁରେଶ କୁମାର ପରିଡ଼ା
ସାଲୁଣି, ଚମ୍ପତ୍ତିପୁର, ନୟାଗଡ଼






