ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ପଞ୍ଚାୟତ ଶଙ୍ଖେଇ ଗ୍ରାମରେ ଅଷ୍ଟମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଶଙ୍ଖେଇ ମା’ ଭୈରବି କବାଡ଼ି ଟୁର୍ଣ୍ଣାମେଣ୍ଟ ଦ୍ୱାରା ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟସ୍ତରର ବହୁ ବହୁ ପ୍ରତିଷ୍ଠିତ ଖେଳାଳୀମାନେ ଯୋଗ ଦେଇଛନ୍ତି । ପୁରୁଷ ବର୍ଗରେ କିଶୋର କ୍ଲବ ଭୁବନେଶ୍ୱର, ନୂଆପଡ଼ା, ପିପିଲି, ଆସ୍କା, କଟକ, ଢେଙ୍କାନାଳ, ନୟାଗଡ଼ ଓ ଜାଜପୁର ଜିଲ୍ଲାର ପୁରୁଷ ଖେଳାଳୀ ମାନେ ଯୋଗ ଦେଇଛନ୍ତି । ସେହିପରି ଭାବେ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟରେ କିଶୋର କ୍ଲବ ଭୁବନେଶ୍ୱର, କଟକ, ଯାଜପୁର ଓ ପୁରୀର ପିପିଲି ଦଳ ଯୋଗଦାନ କରିଛନ୍ତି ।

ଶଙ୍ଖେଇ ଛକ ଖେଳ ପଡିଆଠାରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଆଶିସ ଅଗ୍ରୱାଲ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା, ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ସ୍ଥାନୀୟ ସରପଞ୍ଚ ଦେବାଶିଷ ଦଳେଇ, ପଞ୍ଚାୟତ ବିଜେଡି ସଭାପତି ବସନ୍ତ ପଲ୍ଲେଇ ଓ ସମାଜସେବୀ ନୀଳମଣି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ ୩ ଦିନ ଧରି ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ମିଳିଛି । ପ୍ରତ୍ୟେକ ଦିନ ଦିନ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି ।







