Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେ ଏଲ୍ ରାହୁଲଙ୍କୁ ବଡ ଝଟକା

by ସଞ୍ଜୟ ସ୍ୱାଇଁ
May 5, 2023
in NATIONAL NEWS, Sports
କେ ଏଲ୍ ରାହୁଲଙ୍କୁ ବଡ ଝଟକା
123
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଆଇପିଏଲ୍ ଭିତରେ ଲକ୍ଷ୍ନୌ ଦଳକୁ ଲାଗିଛି ବଡ ଝଟକା । ଦଳର କ୍ୟାପଟେନ୍ କେ ଏଲ ରାହୁଲ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ରାହୁଲ ଆଇପିଏଲରୁ ବାଦ୍ ପଡିବା ନେଇ ନିଜେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳ ଟୁଇଟ୍ କରି ସୂଚନା ଦେଇଥିବାବେଳେ, କେ ଏଲ୍ ରାହୁଲ ବାଦ୍ ପଡିବା ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ଲକ୍ଷ୍ନୌ ଦଳ ପକ୍ଷରୁ କୁହାଯାଇଛି ଯେ, ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ ଆହତ ହୋଇଥିବା କେ ଏଲ ରାହୁଲ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ଅନୁପସ୍ଥିତି ଦଳ ନିଶ୍ଚୟ ଅନୁଭବ କରିବ । ତେବେ ଖୁବଶୀଘ୍ର ରାହୁଲ ସୁସ୍ଥ ହେବା ସହିତ, ପଡିଆକୁ ଫେରନ୍ତୁ ବୋଲି ଲକ୍ଷ୍ନୌ ଦଳ ପକ୍ଷରୁ କୁହାଯାଇଛି । କୁହାଯାଉଛି ରାହୁଲଙ୍କ ୨୦୨୩ ମସିହାର କ୍ରିକେଟ୍ ସଫର ଶେଷ ହୋଇଯାଇଛି । ଚଳିତ ବର୍ଷ ସେ ଆଉ କ୍ରିକେଟ୍ ଖେଳିନପାରନ୍ତି । ମୁମ୍ବାଇରେ ତାଙ୍କର ସ୍କାନ୍ ଶେଷ ହୋଇସାରିଛି । ଯାହା ପରେ ବିସିସିଆଇ ଏବେ ଏହି ଘଟଣାରେ ଦେଖାରଖା କରୁଛି । ତେବେ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ, ଗୋଟିଏ ଚୌକାକୁ ବଞ୍ଚେଇବାକୁ ଯାଇ ଆହତ ହୋଇଥିଲେ ରାହୁଲ । ହଠାତ୍ ତାଙ୍କ ଗୋଡ ରହିଯିବା ସହିତ, ସେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ତୁରନ୍ତ ସେ ପଡିଆରୁ ପଳାଇଯିବା ସହିତ, ରେଷ୍ଟ ନେଇଥିଲେ । ତେବେ ବ୍ୟାଟିଂ ବେଳକୁ ରାହୁଲ ଓପନିଂ ନଆସି, ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଆଉ ବ୍ୟାଟିଂ କରିବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ହେଲେ ଏବେ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି । ଖାଲି ଆଇପିଏଲ୍ ନୁହେଁ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ମଧ୍ୟ ବାଦ୍ ପଡିପାରନ୍ତି ରାହୁଲ । ଗତ ୩ ତାରିଖରେ ତାଙ୍କର ସ୍କାନ୍ ହେଇଥିବାରୁ, ସ୍କାନର ରିପୋର୍ଟ ଏପର‌୍ୟ୍ୟନ୍ତ ଆସିନି । ତେଣୁ ରିପୋର୍ଟ ଆସିବା ପରେ ହିଁ, ରାହୁଲ କେତେ ମାସ କ୍ରିକେଟଠାରୁ ଦୂରରେ ରହିବେ , ସେନେଇ ପକ୍କା ହେଇଯିବ । ତେବେ ଜାତୀୟ ଗଣମାଧ୍ୟମର ଖବର ମୁତାବକ, ଅଷ୍ଟ୍ରେଲିଆ ସହ ହେବାକୁ ଥିବା ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲକୁ ମିସ୍ କରିପାରନ୍ତି ରାହୁଲ । ରାହୁଲ ଆହତ ହୋଇ ଦଳରୁ ବାଦ୍ ପଡିବା ପରେ ଲକ୍ଷ୍ନୌ ଦଳ ତାଙ୍କ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାଁ ଘୋଷଣା କରିନି । ଟୁଣ୍ଣାମେଣ୍ଟର ପଏଣ୍ଟ ଟେବୁଲରେ ଏବେ ଲକ୍ଷ୍ନୌ ଦଳ ୨ ନମ୍ବରରେ ଥିବାବେଳେ, ପ୍ଲେ ଅଫ୍ ରେସରେ ଅଛି । ତେଣୁ ରାହୁଲ ଦଳରୁ ବାଦ୍ ପଡିବା ଦଳରେ କେତେ ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେଇଯିବ । ଅନ୍ୟପଟେ ଭାରତୀୟ ଦଳ କଥା ଯଦି କହିବା, ତେବେ ରାହୁଲ ଯଦି ଟେଷ୍ଟ ଚାମ୍ପିୟନସିପରୁ ବାଦ୍ ପଡନ୍ତି, ତେବେ ତାଙ୍କ ବଦଳ ଖେଳାଳି କିଏ ହେବ, ତାହା ହିଁ ବଡ ପ୍ରଶ୍ନ । ଆସନ୍ତା ୨୧ ତାରିଖରେ ଆଇପିଏଲ ଶେଷ ହେବା ପରେ, ୨୩ ତାରିଖରେ ଇଂଲଣ୍ଡ ବାହାରିବ ଟିମ୍ ଇଣ୍ଡିଆ । ତେଣୁ ଏହା ପୂର୍ବରୁ ରାହୁଲଙ୍କ ରିପ୍ଲେସମେଣ୍ଟ ଘୋଷଣା ହୋଇପାରେ । ତେବେ ରାହୁଲ ଜାଗାରେ କେଉଁ ଖେଳାଳି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିମରେ ସ୍ଥାନ ପାଉଛି ତାହା ଦେଖିବାକୁ ବାକି ରହିଲା ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!