Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗହଣା ଦୋକାନରେ କଳାକନା ବୁଲାଇବା ସହ ମାଲିକଙ୍କୁ ଗୁଳି ମାରିଦେଲେ

by ସଞ୍ଜୟ ସ୍ୱାଇଁ
August 25, 2024
in Crime, NATIONAL NEWS
ଗହଣା ଦୋକାନରେ କଳାକନା ବୁଲାଇବା ସହ ମାଲିକଙ୍କୁ ଗୁଳି ମାରିଦେଲେ
142
VIEWS
Share on FacebookShare on Twitter

ରାଜସ୍ଥାନ, (ବାଘୁଆବାର୍ତ୍ତା): ରାଜସ୍ଥାନର ଏକ ଗହଣା ଦୋକାନରେ ପଶି ଉନ୍ମକ୍ତ କାଣ୍ଡ ଭିଆଇଛନ୍ତି କିଛି ଦୁର୍ବୃତ୍ତ। ଦୋକାନର ମାଲିକଙ୍କୁ ଗୁଳିକରି ହତ୍ୟା କରିବା ସହ ସମସ୍ତ ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣ ଓ ଲୁଟ୍ ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ରାଜସ୍ଥାନ ଭିୱାଦିରେ ଥିବା କମଳେଶ ଗହଣା ଦୋକାନରେ ଘଟିଛି ଏହି ଘଟଣା। ପୁଲିସର ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କିଛି ଦୁର୍ବୃତ୍ତ ଦୋକାନକୁ ଧସେଇ ପଶିଥିଲେ। ପ୍ରଥମେ ଦୋକାନ ଆଗରେ ଥିବା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପରେ ଦୋକାନରେ ଥିବା କର୍ମଚାରୀଙ୍କୁ ମାଡ ମାରିଥିଲେ। ଏହି ସମୟରେ ଦୋକାନରେ ମାଲିକ ଜୟ ସିଂହ ସୋନି ମଧ୍ୟ ଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ବାଡିରେ ଆକ୍ରମଣ କରିଥିଲେ। ଏହାପରେ ଦୋକାନରେ ଥିବା ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ଏତିକିରେ ମନ ବୁଝିନଥିଲା ଯେ ଯିବା ସମୟରେ ମାଲିକ ଜୟ ସିଂହ, ତାଙ୍କ ଭାଇ ସାଗର ସୋନି ଏବଂ ସୁରକ୍ଷାକର୍ମୀଙ୍କୁ ଗୁଳି କରିଥିଲେ। ଏଥିରେ ଜୟ ସିଂହଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୋକାନ ବାହାରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପୂରା ଘଟଣାର ଭିଡିଓ ଶୁଟ୍ କରିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ପୁଲିସ ହାତରେ ଭିଡିଓ ଲାଗିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି। ରାଜସ୍ଥାନ ପୁଲିସ ସିସିଟିଭି ଫୁଟେଜ୍ ଏବଂ ହରିୟାଣା ପୁଲିସ ସହାୟତାରେ ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!