Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗହଣା ଦୋକାନରେ ପଶିଲେ ୪ ଲୁଟେରା

by ସଞ୍ଜୟ ସ୍ୱାଇଁ
September 7, 2024
in Crime, State
ଗହଣା ଦୋକାନରେ ପଶିଲେ ୪ ଲୁଟେରା
92
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଗହଣା ଦୋକାନରେ ପଶିଲେ ବନ୍ଧୁକଧାରୀ । ବନ୍ଧୁକ ଦେଖାଇ ଭୟଭୀତ କରି ଗହଣା ଲୁଟିବାକୁ କଲେ ଉଦ୍ୟମ । ମାତ୍ର ସବୁ ଉଦ୍ୟମ ଫେଲ୍‌ ମାରିଲା। ଦୋକାନ ନିକଟରେ ଥିବା ଲୋକେ ଜଣେ ବନ୍ଧୁଧାରୀଙ୍କୁ କାବୁ କରିଥିବା ବେଳେ ୩ ଜଣ ଫେରାର ହୋଇ ଯାଇଛନ୍ତି । ଏପରି ଏକ ଘଟଣା ଷ୍ଟିଲ ସିଟି ରାଉରକେଲାରେ ଗତ ରାତିରେ ଘଟିଛି। ରାଉରକେଲାର ହାଇ ପ୍ରୋଫାଇଲ ଉଦିତନଗର ଥାନା ଅଞ୍ଚଳରେ ଥିବା ଏକ ଗହଣା ଦୋକାନରେ ଗତ ରାତି ପ୍ରାୟ ୧୦ଟା ବେଳେ ୪ ବନ୍ଧୁକଧାରୀ ଲୁଟେରା ପଶିଥିଲେ। ଉକ୍ତ ସମୟରେ ଦୋକାନରେ ଅଳ୍ପ ଗ୍ରାହକ ଥିବା ବେଳେ କର୍ମଚାରୀ ଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହ ଗହଣା ଲୁଟିବାକୁ ଉଦ୍ୟମ କରିଥିଲେ। ମାତ୍ର ଉକ୍ତ ସମୟରେ ଦୋକାନ ବାହାରେ ଥିବା କିଛି ଲୋକ ଜଣେ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଏହାଦେଖି ଅନ୍ୟ ୩ ଜଣ ସେଠାରୁ ଖସି ପଳାଇଥିଲେ। ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ପୁଲିସ୍‌ ଜଣେ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗିରଫ କରିବାକୁ ଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ମାତ୍ର ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି। ଦୋକାନଟି ଉଦିତନଗର ଥାନାଠୁ ମାତ୍ର ୨ଶହ ମିଟର ଦୂରରେ ଅବସ୍ଥିତ। ଉକ୍ତ ଅଞ୍ଚଳରେ ଏସ୍‌ପି ତଥା ଏଡିଏମ୍‌ଙ୍କ କ୍ୱାର୍ଟର୍ସ ବି ରହିଛି। ଏପରି ହାଇ ପ୍ରୋଫାଇଲ ଅଞ୍ଚଳରେ ଲୁଟେରାମାନଙ୍କ ଏପରି ଉତ୍ପାତ ଯୋଗୁ ସାଧାରଣ ଧନଜୀବନ ପ୍ରତି ବିପଦ ଦେଖାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!