Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉଭୟ ନାବାଳକ ନାବାଳିକା କରିଥିଲେ ପ୍ରେମ ବିବାହ, ପ୍ରସବ ବେଳେ ଡାକ୍ତରଖାନାରେ ଧରାପଡି ଜୁଭେନାଇଲ୍‌କୁ ଗଲା ନାବାଳକ

by ସଞ୍ଜୟ ସ୍ୱାଇଁ
August 12, 2023
in Crime, State
ଉଭୟ ନାବାଳକ ନାବାଳିକା କରିଥିଲେ ପ୍ରେମ ବିବାହ, ପ୍ରସବ ବେଳେ ଡାକ୍ତରଖାନାରେ ଧରାପଡି ଜୁଭେନାଇଲ୍‌କୁ ଗଲା ନାବାଳକ
218
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ନାବାଳିକାକୁ ପ୍ରେମ ବିବାହ କରିଥିଲା ନାବାଳକ । ଦୁହେଁ ବିବାହ କରିବା ପରେ ନାବାଳିକା ପରିବାର ନିରବ ରହି ଯାଇଥିଲେ । ତେଣୁ ଘଟଣା ଥାନାକୁ ନଆସି ଚପି ଯାଇଥିଲା । ହେଲେ ନାବାଳିକା ଗର୍ଭବତୀ ହୋଇ ଯେତେବେଳେ ସନ୍ତାନ ଜନ୍ମ ଦେଲା, ସେହି ସମୟରେ ଘଟଣା ସାମ୍ନାକୁ ଆସିଲା । ଏନେଇ ମାମଲା ରୁଜୁ କରି ନାବାଳକକୁ ଜେଜେବି ପଠାଇଲା ପୁଲିସ । ଜାମିନ୍ ନାମଞ୍ଜୁର ହେବାରୁ ନାବାଳକକୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ୍ ହୋମ୍‌କୁ ପଠାଇ ଦିଆଯାଇଛି । ସଦର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ କହିଛି ଯେ, ୨ ବର୍ଷ ତଳେ ନାବାଳକ ଓ ନାବାଳିକା ଘର ଛାଡ଼ି ଚମ୍ପଟ୍ ମାରିଥିଲେ । ଉଭୟ ବିବାହ କରି ଜୀବନଯାପନ କରୁଥିଲେ । ୨ ପରିବାର ନିରବ ଥିବା ଯୋଗୁ ଘଟଣା ସମ୍ପର୍କରେ ପୁଲିସ ଜାଣି ପାରିନଥିଲା । ନାବାଳିକା ଗର୍ଭବତୀ ହୋଇଥିଲେ ବି କେହି ଏ ସମ୍ପର୍କରେ ମୁହଁ ଖୋଲି ନଥିଲେ । ନାବାଳିକା ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ ନାବାଳିକା ହୋଇଥିବାରୁ ପ୍ରସବ କରାଇଥିବା ଡାକ୍ତର ଏ ସମ୍ପର୍କରେ ନିୟମ ଦୃଷ୍ଟିରୁ ପୁଲିସକୁ ଜଣାଇଥିଲେ । ଶେଷରେ ପୁଲିସ ନିଜ ଆଡ଼ୁ ରୁଜୁ କରିଥିଲା ମାମଲା । ଏହି ମାମଲାରେ ୨ ବର୍ଷ ପରେ ଫସିଲା ନାବାଳକ । ସଚେତନ ଅଭାବରୁ ଏଭଳି ଘଟଣା ଘଟୁଥିବା କହିଛନ୍ତି ଏସ୍‌ଆଇ ସୌମ୍ୟ ରଞ୍ଜନ ବିଶ୍ୱାଳ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!