Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚର୍ଚ୍ଚାରେ ଜୁନିଅର କଙ୍ଗନା

by ସଞ୍ଜୟ ସ୍ୱାଇଁ
July 10, 2021
in Lifestyle, NATIONAL NEWS
ଚର୍ଚ୍ଚାରେ ଜୁନିଅର କଙ୍ଗନା
97
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ପୂରାପୁରି ଅବିକଳ ବଲିଉଡର କୁଇନ୍ କଙ୍ଗନାଙ୍କ ଭଳି ଠାଣି। ହସ ବି ସେହିଭଳି। ଅଭିନୟରେ ବି କିଛି କମ୍ ନୁହନ୍ତି ଜୁନିଅର କଙ୍ଗନା। କଙ୍ଗନା ରଣାୱତଙ୍କୁ କପି କରନ୍ତି ଏହି କୁନି କଙ୍ଗନା। ଏ ହେଉଛନ୍ତି କଙ୍ଗନାଙ୍କ ଜଣେ ଡାଏ ହାର୍ଡ ଫ୍ୟାନ୍। ସୋଶାଲ ମିଡିଆରେ ସେ ଜୁନିଅର କଙ୍ଗନାଙ୍କ ନାଁରେ ପରିଚିତ। ଇନ୍‌ଷ୍ଟାଗ୍ରାମରେ ଏହି ଛୋଟ ଝିଅର “ଛୋଟି କଙ୍ଗନା’ଙ୍କ ନାଁରେ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟ ଜରିଆରେ କଙ୍ଗନାଙ୍କୁ କପି କରି ସେ ଲଗାତର ଭିଡିଓ ସେଆର କରନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଛୋଟ ଝିଅଟି କଙ୍ଗନାଙ୍କ ଲୁକ୍ ଏବଂ ତାଙ୍କ ଷ୍ଟାଇଲ୍‌କୁ ଫଲୋ କରେ। କଙ୍ଗନାଙ୍କ କେଉଁ ଫିଲ୍ମର ଡାଏଲଗ୍ ହେଉ ଅବା ତାଙ୍କ ଗେଟ୍‌ଅପ୍ ପୂରାପୁରି ଅବିକଳ ରୂପେ ସେହି ରଙ୍ଗରେ ରଙ୍ଗେଇ ହୋଇଯାଏ ଏହି ଝିଅଟି। ଏହି ଜୁନିଅର କଙ୍ଗନାକୁ ଦେଖି ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ବେଶ୍ ପ୍ରଭାବିତ ହୋଇଛନ୍ତି। ସେ ଜୁନିଅର୍ କଙ୍ଗନାଙ୍କ ଭିଡିଓ ଏବଂ ଫଟୋକୁ ସେଆର କରି ପଚାରିଛନ୍ତି ‘ ଓୟୋ ଛୋଟୁ ତୁ ପାଠ ପଢ଼ୁ ନା ଦିନ ସାରା ଏୟା କରୁ?’। କଙ୍ଗନା ରାଣାୱତ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଆଗାମୀ ସମୟରେ ତାଙ୍କୁ ଜୟଲଳିତାଙ୍କ ବାୟୋପିକ୍ ଥାଲାଇଭିରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକରେ ଏବଂ ଆକ୍ସନ୍ ଫିଲ୍ମ ଧାକାଡରେ ମଧ୍ୟ ନଜର ଆସିବେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!