କଳାହାଣ୍ଡି (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସ ଗତ ମାର୍ଚ୍ଚ ମାସରେ କାଞ୍ଚନ ଜ୍ୱେଲର୍ସ ସୁନାଗହଣା ଲୁଟ ଘଟଣା ରେ ଆଜି ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ପାକେଲାପଲ୍ଲୀ ଗ୍ରାମର ସୁରେଶ ଦାସ ବୟସ ୩୫ ବର୍ଷ, ଅଭିଯୁକ୍ତ ଠାରୁ ଜୁନାଗଡ଼ ପୋଲିସ ୭୨ ଗ୍ରାମ ସୁନା ଓ ୮୦୦ ଗ୍ରାମ ରୁପା ଗହଣା ଜବତ କରିଛି । ଜୁନାଗଡ଼ ପୋଲିସ ସୂତ୍ରରୁ ପ୍ରକାଶ ଜେ ଗତ ମାର୍ଚ୍ଚ ମାସ ୧୦ ତାରିଖ ସକାଳ ୯ଘଣ୍ଟା ସମୟରେ ଜୁନାଗଡ଼ ର କାଞ୍ଚନ ଜ୍ୱେଲର୍ସ ମାଲିକ ରଞ୍ଜନ କୁମାର ସାହୁ ତାଙ୍କ ଦୋକାନ କୁ ଆସି ଗହଣା ବ୍ୟାଗ କୁ ତଳେ ରଖି ଦୋକାନ ସଟର ଖୋଲୁଥିବା ବେଳେ କେତେକ ଦୁର୍ବୁତ୍ତ ଗହଣା ବ୍ୟାଗ କୁ ଝାମ୍ପି ନେବା ସହ ଏକ ମୋଟର ସାଇକେଲ ଯୋଗେ ଫେରାର ହୋଇ ଯାଇଥିଲେ, କାଞ୍ଚନ ଜ୍ୱେଲର୍ସ ମାଲିକ ରଞ୍ଜନ କୁମାର ସାହୁ ଏହି ଚୋରି ସମ୍ପର୍କ ରେ ଜୁନାଗଡ଼ ଥାନାରେ ଉକ୍ତ ଦିନ ଏକ ଏତଲା ଦେଇଥିଲେ । ଜୁନାଗଡ଼ ପୋଲିସ ସବ ଇନିସପେକ୍ଟର ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ଥାନା ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ଏହି ଲୁଟ ଘଟଣା ର ଅନୁସନ୍ଧାନ କରୁଥିବା ବେଳେ ଆଜି ଉକ୍ତ ସୁନାଗହଣା ଲୁଟ ଘଟଣା ରେ ଦାସ ସୁରେଶ କୁ ଗିରଫ କରି ଲୁଟ ସୁନା ଓ ରୁପା ଗହଣା ଜବତ କରିଥିବା ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।






