ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ଆତଙ୍କ ସୂର୍ଯ୍ୟାସ୍ତ ପୂର୍ବରୁ ଅନ୍ତିମ ସଂସ୍କାରର ପରମ୍ପରାକୁ ମଧ୍ୟ ଭାଙ୍ଗି ଦେଇଛି । ଗୁରୁବାର ସହରର ଘାଟ ଗୁଡ଼ିକରେ ରେକର୍ଡ ସଂଖ୍ୟକ ୪୭୬ଟି ଶବର ଅନ୍ତିମ ସଂସ୍କାର କରାଯାଇଥିଲା । ଲଗାତାର ୫ମ ଦିନରେ ଘାଟ ଗୁଡ଼ିକରେ ସ୍ଥାନ କମ୍ ପଡିବା ଯୋଗୁଁ ରାତି ୮ଟା ପର୍ଯ୍ୟନ୍ତ ଗଙ୍ଗା କୂଳରେ ବାଲି ଉପରେ ଓ ପାର୍କ ଆଦିରେ ଚିତାକୁ ଜଳାଇବାକୁ ପଡ଼ିଛି । ଶବ ସଂଖ୍ୟା ବୃଦ୍ଧିକୁ ନେଇ ଘାଟରେ ଟୋକନ୍ ସିଷ୍ଟମ ଆରମ୍ଭ କରିଦିଆଯାଇଛି । ସାଧାରଣ ଦିନରେ ଏଠାରେ ୯୦ରୁ ୧୦୦ ଶବ ଜଳିଥାଏ । ଏବେ ଏହି ସଂଖ୍ୟା ୫ଗୁଣା ଅଧିକ ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇ ଯାଇଛି । ଭେରୋଘାଟ ବିଦ୍ୟୁତ ଶବଦାହ ଗୃହରେ ୨ୟ ଦିନରେ ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସମେତ ୬୨ଟି ଶବ ଆସିଛି । କାଠ ମିଳିବା ଅସୁବିଧା ହୋଇନି, କିନ୍ତୁ ଘାଟରେ ସ୍ଥାନ କମ୍ ପଡିଯିବାରୁ ଗଙ୍ଗା କୂଳରେ ବାଲି ଉପରେ ମଧ୍ୟ ଅନ୍ତିମ ସଂସ୍କାର ହେଉଛି ।





