Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଇ ଦେଲା ଜୀବନର ପରିଚୟ

by ସଞ୍ଜୟ ସ୍ୱାଇଁ
April 25, 2020
in Breaking, Feature News
ଜୁଇ ଦେଲା ଜୀବନର ପରିଚୟ
57
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରର ସଫଳ ବ୍ୟବସାୟୀ କୈଳାସ ଚନ୍ଦ୍ର ସାହୁଙ୍କର ବିୟୋଗକୁ ନେଇ ସହରରେ ଶୋକ ଛାୟା ଖେଳି ଯାଇଛି । ସୂଚନାନୁସାରେ, ଗତ ୧୩ ତାରିଖରେ ନୂଆ ରାଜବାଟୀ ଠାରେ ଏକ ଅକସ୍ମାତ ଦୁର୍ଘଟଣାରେ କୈଳାସ ଆହାତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସହୃଦୟ ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଖବରପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଚିକିତ୍ସା ସଂମ୍ପର୍କରେ ବୁଝିବା ସହ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଘଟିଥିବା ଦୁର୍ଘଟଣାରେ କୈଳାସଙ୍କର ଅବସ୍ଥା ଧିରେ ଧିରେ ସଙ୍କଟାପର୍ଣ୍ଣ ହୋଇ ସେ କୋମକୁ ଚାଲି ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ତାଙ୍କର ଶବ ନୟାଗଡ଼ରେ ପହଂଚିବା ପରେ ତାଙ୍କ ଜୀବନର ବିଶେଷତାକୁ ବେଶ ବାରି ହୋଇପଡ଼ିଥିଲା । କରୋନା କଟକଣା ପାଇଁ ଲକ୍‌ଡାଉନ୍ ଥିବା ସେତ୍ତ୍ୱେ ସାମାଜିକ ଦୂରତା ଅବଲମ୍ବନ କରି କୈଳାସଙ୍କୁ ଜାଣିଥିବା ଲୋକ, ଚିହ୍ନା ପରିଚିତ, ବନ୍ଧୁ ସଂମ୍ପର୍କୀୟ, ବହୁ ବ୍ୟବସାୟୀ, ସମାଜସେବୀ, ଆଇନଜୀବୀ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିଥିଲେ । ଯାହାକୁ ନେଇ ତାଙ୍କର ଲୋକପ୍ରିୟତା ବାରି ହୋଇପଡ଼ୁଥିଲା । ଆଜି ସଦରଥାନା ନିକଟରେ ଥିବା ସ୍ମଶାନରେ କୈଳାଶଙ୍କ ଶବ ସତ୍କାର କରାଯାଇଥିବା ବେଳେ ତାଙ୍କ ସାନଭାଇ ମୁଖାଗ୍ନି ଦେଇଥିବା ଜଣାଯାଇଛି ।

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!